ଟିକ୍ରାପୋଷରେ ବିଜେପିର ସେଵା କାର୍ଯ୍ୟକ୍ରମ

ଵଣାଇ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ ତମ ଜନ୍ମ ଦିବସ ପାଳନ ଅବସରରେ ଭାରତୀୟ ଜନତା ପାର୍ଟି, ବଣାଇ ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ସେବା ପକ୍ଷର ପ୍ରଥମ ଦିନରେ ଉପଖଣ୍ଡର ବିଭିନ୍ନ ସ୍ଥାନରେ ସେବା ମୂଳକ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଗୁରୁଣ୍ଡିଆ ମଣ୍ଡଳରେ ମଣ୍ଡଳ ସଭାପତି ଅଭିମନ୍ୟୁ ମହାକୁଳଙ୍କ ନେତୃତ୍ୱରେ ଦହିଚୁର ଠାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକର ପାର୍ଶ୍ୱବର୍ତୀ ସ୍ଥାନଗୁଡିକୁ ସଫେଇ କରାଯାଇଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ଅଭିରାମ ମହାକୁଳଙ୍କ ନେତୃତ୍ୱରେ ଷ୍ଟାର କ୍ଳବ ଟିକ୍ରାପୋଷର ସଦସ୍ୟମାନେ ପୋଖରୀ ତୁଠ ସଫେଇ କରି ସ୍ୱଚ୍ଛତାର ବାର୍ତ୍ତା ଦେଇଥିଲେ ।

ସେହିପରି କୋଇଡ଼ା ମଣ୍ଡଳରେ ମଣ୍ଡଳ ସଭାପତି ମେଲୋରୀ ବାରିକଙ୍କ ନେତୃତ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖୁଣ୍ଟଗାଁ ମଣ୍ଡଳରେ ମଣ୍ଡଳ ସଭାପତି ଗଙ୍ଗାଧର ମାହାନ୍ତଙ୍କ ନେତୃତ୍ୱରେ ଓ ବଣାଇ ମଣ୍ଡଳରେ ମଣ୍ଡଳ ସଭାପତି ମୁକୁନ୍ଦ ନାଏକଙ୍କ ନେତୃତ୍ୱରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେପ୍ଟେମ୍ବର ୧୭ ରୁ ଆରମ୍ଭ କରି ଆଗାମୀ ଅକ୍ଟୋବର ୦୨ ତାରିଖ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ଏକ ପକ୍ଷ ଧରି ଉପଖଣ୍ଡରେ ବିଭିନ୍ନ ସେବା କାର୍ଯ୍ୟ କରାଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *