ବାଲିଆପାଳ : ସାପ କାମୁଡିଲା ପରେ ସାପକୁ କାମୁଡିଲେ ଯୁବକ । ଏଭଳି ଏକ ଦୃଶ୍ଯ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦରଡା ଗ୍ରାମରେ । ସୁଚନା ଅନୁଯାଇ ଦରଡା ଗ୍ରାମର ସଲିମ୍ ଖାଁ ନାମକ ଜଣେ ଯୁବକ ଆଜି ନିଜ ଚାଷ ଜମିକୁ ଯାଇଥିବା ବେଳେ ତାକୁ ଏକ ବିଷାକ୍ତ ଗୋଖର ସାପ କାମୁଡି ଦେଇଥିଲା, ତେବେ ସାପ କାମୁଡିବା ପରେ ସଲିମ ଓଲଟି ସାପକୁ କାମୁଡି ଦେଇଥିଲା । ପରେ ସାପଟିକୁ ବେକରେ ଗୁଡ଼ାଇ ଗାଁରେ ବୁଲୁଥିଲେ । ଲୋକେ ଏ ଦୃଶ୍ୟ ଦେଖି ହତଚକିତ ହେଇଯାଇଥିଲେ । ଯାହାର ଦୃଶ୍ଯ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
