ଵଣାଇ : ଟୀକାୟତ ପାଲି ଥାନା ଅନ୍ତର୍ଗତ ଦେବଗଡ଼ ଏବଂ ବଣାଇ ସୀମା ନିକଟରେ ଥିବା ଜଙ୍ଗଲରୁ ଜଣେ ମହିଳାଙ୍କ କ୍ଷତ ବିକ୍ଷତ ମୃତ ଦେହ ଠାବ ହୋଇଛି । କେହି ଦୃବୃତ୍ତ ଏହି ମହିଳାଙ୍କୁ ମାରି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଥିବା ବେଳେ, କେଉଁ କାରଣରୁ ଏହି ହତ୍ୟାକାଣ୍ଡ ହୋଇଛି ତାହା ଜଣାପଡ଼ିନାହିଁ । ମହିଳା ଜଣକ ଟିକାୟତ ପାଲି ଥାନା ତିଳେଇବଣି ନିକଟ କାଟେଇ ଗ୍ରାମର ପଠାଣି ଭୁୟାଁ ବୋଲି ଜଣାପଡ଼ିଛି । ସ୍ୱାମୀ ମରିଗଲା ପରେ ଏକମାତ୍ର ଶିଶୁ ପୁତ୍ରକୁ ନେଇ ଚଳିବା ସହିତ ଏଠି ସେଠି ମୁଲଲାଗି ନିଜର ଗୁଜୁରାଣ ମେଣ୍ଟାଉଥିଲା । ଆଜି ଏହି ମହିଳାଙ୍କ ମୃତ ଦେହ ମିଳିବା ଏବଂ ମୃତ ସ୍ଥାନରୁ ଅନ୍ୟ ସ୍ଥାନକୁ ଘୋଷାରି ଘୋଷାରି ନେଇ ଫୋପାଡ଼ି ଦେବା ନେଇ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଜଣା ପଡ଼ିଛି । ଖବର ପାଇ ଟିକାୟତପାଲ୍ଲି ଥାନା ଅଧିକାରୀ, ବଣାଇ ଉପଖଣ୍ଡ ପୋଲିସ ଅଧିକାରୀଙ୍କ ସହିତ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
