ସୋର : ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୮୦ହଜାର ଟଙ୍କା ଲୁଟିନେଲେ ଲୁଟେରା । ବାଲେଶ୍ବର ଜିଲ୍ଲା ସୋର ବନ୍ଧନ ବ୍ୟାଙ୍କ ଫାଇନାନ୍ସ କର୍ମଚାରୀଙ୍କଠାରୁ ଏହି ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।
ସୁଚନା ଅନୁସାରେ ବନ୍ଧନ ବ୍ୟାଙ୍କ ଫାଇନାନ୍ସ କର୍ମଚାରୀ ସନ୍ଦୀପ କୁମାର ଜେନା ନୀଳଗିରି ଚିନ୍ତାମଣିପୁର ଓ ଆଖ ପାଖ ଅଞ୍ଚଳରୁ କିସ୍ତି ଟଙ୍କା ଆଦାୟ କରି ସୋର ବନ୍ଧନ ବ୍ୟାଙ୍କ ଫାଇନାନ୍ସ ଶାଖା ଅଭିମୁଖେ ଫେରୁଥିଲେ । ସୋର ମାଣତ୍ରୀ ଗାଁ ପାଖରେ ୩ ଜଣ ଲୁଟେରା ଏକ ବାଇକ୍ ରେ ଆସି ସନ୍ଦୀପଙ୍କୁ ଅଟକାଇ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରି ୮୦ ହଜାର ଟଙ୍କା, ଏକ ଟାବଲେଟ ମୋବାଇଲ ସହ ଜରୁରୀ କାଗଜପତ୍ର ଛଡାଇ ନେଇ ଫେରାର ହୋଇଯାଇଥିଲେ । ଏନେଇ ସନ୍ଦୀପ ସୋର ଥାନାରେ ଅଭିଯୋଗ କରିବା ପରେ ସୋର ପୋଲିସ ଘଟଣାର ତନାଘନା କରୁଛି ।
