ମୋଟର ସାଇକେଲକୁ ସାଇଟ୍ ଦବାକୁ ଯାଇ ଓଲଟିଲା ଟ୍ରକ୍

ବାଲିଆପାଳ : ଭାରସାମ୍ୟ ହରାଇ ନୟନଯୋରୀକୁ ଓଲଟିଲା ଟ୍ରକ୍ । ତେବେ ଡ୍ରାଇଭର ଓ ହେଲପର୍ ସୁରକ୍ଷିତ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଲଙ୍ଗଳେଶ୍ଵର-ମାନ୍ଧାତା ରୋଡରେ ।

ସୂଚନାରୁ ପ୍ରକାଶ ଯେ ଆଜି OD01A F9168 ଟ୍ରକ୍ ଟି ଲଙ୍ଗଳେଶ୍ଵରରୁ ପାଉଁଶଗୁଣ୍ଡ ନେଇ ଲଙ୍ଗଳେଶ୍ଵର-ମାନ୍ଧାତା ରୋଡରେ ଯାଉଥିବା ବେଳେ ମାନ୍ଧାତା ଠାରେ ବିପରୀତ ଦିଗରୁ ଏକ ମୋଟର ସାଇକେଲକୁ ସାଇଡ୍ ଦେବାରୁ ଭାରସାମ୍ୟ ହରାଇ ଟ୍ରକଟି ରାସ୍ତାର ନୟନଯୋରୀକୁ ଓଲଟି ପଡିଥିଲା । ତେବେ ଟ୍ରକରେ ଥିବା ଡ୍ରାଇଭର କିମ୍ବା ହେଲପର୍ ସୁରକ୍ଷିତ ଥିବାବେଳେ ଦୃତ ଗତିରେ ଆସୁଥିବା ମୋଟର୍ ସାଇକେଲ୍ ଡ୍ରାଇଭର କିନ୍ତୁ ସେଠାରୁ ଚମ୍ପଟ ମାରିଛନ୍ତି । ନୟନଯୋରୀକୁ ଓଲଟି ଥିବା ଟ୍ରକ୍ ଏକ ଘର ଉପରେ ପଡିଥିବାରୁ ଘରଟି ଭାଙ୍ଗି ଯାଇଛି । ତେବେ ଘରେ କାହ୍ନୁ ଦଳାଇ ନାମକ ଯୁବକ ବଡଧରଣର ଅଘଟଣରୁ ବର୍ତୀଥିବା ବେଳେ ତାଙ୍କ ହାତରେ ସାମାନ୍ୟ ଆଘାତ ଲାଗିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *