ଦରମା ନେଇ ଠକୁଥିଲେ ଏ ଏଫ ଓ ଧରାପଡିବାରୁ ଯାତି କାର୍ଡ ଖେଳି ବିଡିଓଙ୍କୁ ବଦନାମ କରିବାକୁ ଭିଡିଛନ୍ତି

ସୋର : ଖୋଲିଗଲା ଗୁମର ରାଗରେ ଗର ଗର ହୋଇ ରାଗ ସୁଝାଇବାକୁ ବିଡିଓଙ୍କ ନାମରେ ମିଛ ଅଭିଯୋଗ ଆଣିଲେ ଏ ଏଫ ଓ । କିନ୍ତୁ ସତ କେବେ ଲୁଚିରହେନା କାମ ନକରି ଦରମା ନେବାଭଳି ହୀନ କାର୍ଯ୍ୟ କରୁଥିଲେ ମାଡାମ । ଧରାପଡିବା ପରେ ଦରମା ବନ୍ଦ ମଧ୍ୟ ହୋଇଥିଲା । ସୋରରେ ଥିବା କ୍ରୁଷି ଅଫିସିରେ କ’ଣ ହୁଏ କିଏ କେତେ ଦିନ ଆସନ୍ତି ତାହା ସୋରର ଆବାଳ ବ୍ରୁଦ୍ଧ ବନିତା ଜାଣନ୍ତି । ଏଥିପାଇଁ କିଛିଦିନ ପୂର୍ବରୁ ବିଧାୟକ ସେକିଥିଲେ । କ୍ରୁଷି ଅଫିସିର ପ୍ରାୟ କର୍ମଚାରି ଫିଲ୍ଡରେ କାମ କରନ୍ତି ବୋଲି କୁହନ୍ତି, କିନ୍ତୁ କଉ ଫିଲ୍ଡିରେ କ’ଣ ଉଖାଡନ୍ତି ତାହା ସମସ୍ତଙ୍କୁ ଜଣା । ତେବେ ସୋର କ୍ରୁଷି ଅଫିସିରେ କାର୍ଯ୍ୟକରୁଥିବା କହୁଥିବା ସହକାରୀ ମତ୍ସ୍ୟ ଅଧିକାରୀଣି ବା (ଏ ଏଫ ଓ) ସନ୍ଧ୍ୟାରାଣୀ ମୁର୍ମୁଙ୍କ ପାଖକୁ ଲୋକ ସରକାରୀ କାମ କରିବାକୁ ଯାଇ ବାରମ୍ବାର ଫେରିବା ପରେ ସନ୍ଧ୍ୟାରାଣୀଙ୍କୁ ସୋର ବ୍ଲକ ଅଫିସ ମଧ୍ୟରେ ରହି ଲୋକଙ୍କ କାମ କରିବା ଓ ଟୋର ପ୍ରୋଗ୍ରାମ ବିଡିଓ ସୋରଙ୍କ ପାଖରେ ଦାଖଲ କରିବାକୁ ନିର୍ଦେଶ ହୋଇଥିଲା । କିନ୍ତୁ ସେ ଜିଲ୍ଲାପାଳ କି ବିଡିଓଙ୍କୁ ଖାତିରି ନକରି ସୋରବ୍ଲକକୁ ଆସି ନଥିଲେ । ଅଭିଯୋଗ ହୁଏ ମାଡାମ ସୋରକୁ ଆସନ୍ତିନି କାଁ ଭାଁ ଆସନ୍ତି ଆଉ ସବୁ ସମୟ ବାଲେଶ୍ବରରେ ଅଏସ କରନ୍ତି । କିନ୍ତୁ ସରକାରୀ ଦରମା ନେବାରେ ହେଳା କରନ୍ତିନି । ତେବେ ବାରମ୍ବାର ଚିଠି ଲେଖି ସୋର ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟକରିବାକୁ ନିର୍ଦେଶ ଦେବା ପରେବି ନମାନିବାରୁ ସନ୍ଧ୍ୟାରାଣୀଙ୍କ ଉପରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କ ଦରମା ବନ୍ଦକରିଥିଲେ । ସେଇ ରାଗରେ ମାଡାମ ମୁର୍ମୁ ସୋର ବିଡିଓଙ୍କ ନାମରେ ମିଛ ଅଭିଯୋଗ ଆଣି ନିଜେ ଜଣେ ଏସି ଏଷ୍ଟି ମହିଳା ହେବାର ଫାଇଦା ନେଇଛନ୍ତି । କିନ୍ତୁ ମାଡାମ ସନ୍ଧ୍ୟାରାଣୀ ସରକାରୀ ଟଙ୍କା ଦରମା ନେଇ କାର୍ଯ୍ୟନକରି ଠକିବା ଏବଂ ଦରମା ବନ୍ଦ ହେବା ପ୍ରମାଣିତ କରିଛି ମାଡାମ କେତେ ସଚୋଟ । ତେବେ ତୁରନ୍ତ ଏଭଳି କର୍ମଚାରିଙ୍କୁ ଚାକିରିରୁ ବରଖାସ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *