ଦରେଇକଳା ସାପ୍ତାହିକ ହାଟର ଶୁଭ ଉଦଘାଟନ

ଵଣାଇ : ଵଣାଇ ବ୍ଲକ୍ ଅନ୍ତର୍ଗତ ଵଣାଇ ବାରକୋଟ ୧୪୩ ନଂ ଜାତୀୟ ରାଜପଥର ଦରେଇକଳା ଛକ ନିକଟରେ ଆଜି ଆନୁଷ୍ଠାନିକ ଭାବେ ଦରେଇକଳା ସାପ୍ତାହିକ ହାଟ ଉଦଘାଟିତ ହୋଇଯାଇଛି ।

ମୁଖ୍ୟ ଅତିଥି ଭାବେ ଵଣାଇ ରାଜା ବୀର କେଶରୀ ଇନ୍ଦ୍ର ଦେଓଦେଵ ଯୋଗଦେଇ ଫିତା କାଟିବା ସହିତ ବଜାରର ଶୁଭ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଵଣାଇ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ, ଵଣାଇ ଵିଡିଓ ସ୍ବଦୀପ ଟପ୍ପୋଙ୍କ ସମେତ କେନ୍ଦ୍ରିକଳାର ବରିଷ୍ଠ ନାଗରିକ ତଥା ପଞ୍ଚାୟତର ପୂର୍ବତନ ସରପଞ୍ଚ କୀର୍ତ୍ତନ ମିଶ୍ର ଯୋଗଦେଇଥିଲେ ।

ବଜାରଟି ପ୍ରତ୍ୟେକ ରବିବାର ଦିନ ବସିବାକୁ ପଞ୍ଚାୟତ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି ବଜାର ଆଗାମୀ ଦିନରେ ଜନସାଧାରଣଙ୍କ ଅର୍ଥ ନୈତିକ ଅଭିବୃଦ୍ଧିରେ ସହାୟକ ହେବା ସହ ଚାଷୀମାନେ ନିଜ ନିଜର ଉତ୍ପାଦିତ ଶସ୍ୟକୁ ଏଠାରେ ବିକ୍ରି କରି ଭଲ ଅର୍ଥ ଉପାର୍ଜନ କରିପାରିବେ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି । ତା ସହିତ ପଞ୍ଚାୟତର ବିକାଶ ଓ ଅଭିବୃଦ୍ଧିରେ ମଧ୍ୟ ଏହା ସହାୟକ ହେବ ବୋଲି ଜଣାପଡ଼ିଛି । କେନ୍ଦ୍ରିକଳା ଗ୍ରାମପଞ୍ଚାୟତର ଦୀର୍ଘ ଦିନର ସ୍ବପ୍ନକୁ ପୂରଣ କରିବାରେ ବର୍ତ୍ତମାନର ଯୁବ ସରପଞ୍ଚ ଉଗ୍ରସେନ କିସାନଙ୍କ ଉଦ୍ୟମକୁ ମଧ୍ୟ ଜନସାଧାରଣଙ୍କ ତରଫରୁ ପ୍ରଶଂସା କରାଯାଇଛି । ହାଟର ପ୍ରଥମ ଦିନରେ ଆଖପାଖ ଅଞ୍ଚଳରୁ ବହୁ ଚାଷୀ, ବ୍ୟବସାୟୀ ତଥା ସ୍ଥାନୀୟ ଜନସାଧାରଣ ବହୁଳ ଭାବରେ ବଜାରରେ ଉପସ୍ଥିତ ରହି କିଣା, ଵିକା କରିଥିଲେ । ଉଦଘାଟନି କାର୍ଯ୍ୟକ୍ରମରେ ସରପଞ୍ଚଙ୍କ ସମେତ ବଣାଇ ପଞ୍ଚାୟତ ସମିତି ସଭ୍ୟ ସଭ୍ୟା ଲଳିତା ପାତ୍ର, ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ ସାଫଲ୍ୟ ଦଣ୍ଡିଆ, ଯୋଗାଣ ସହାୟଙ୍କ ସମେତ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *