ଵିରୁଡି ଆକ୍ରମଣରେ ଗାଇଚରାଳିଙ୍କ ମୃତ୍ୟୁ

ବଣାଇ : ଵଣାଇ ଉପଖଣ୍ଡ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ଲଛଡା (କିଣ୍ଡ୍ରୋ) ଗ୍ରାମରେ ଵିରୁଡି ଆକ୍ରମଣରେ ଜଣେ ମହିଳା ମୃତ୍ୟୃ ବରଣ କରିଥିବା ଜଣାପଡିଛି ।

ଘଟଣାରୁ ପ୍ରକାଶ ଯେ କିଣ୍ଡ୍ରୋ ଗ୍ରାମର ମହିଳା ଅନିତା ବାଡା ବୟସ(୫୫) ଆଜି ସକାଳୁ ଗ୍ରାମ ନିକଟସ୍ଥ ଜଙ୍ଗଲ ଜମିରେ ଗାଇ ଚରାଉଥିବା ବେଳେ ହଠାତ୍ ବହୁ ସଂଖ୍ୟକ ଵିରୁଡିମାନେ ଉଠିଆସି ତାଙ୍କୁ ଆକ୍ରମଣ କରିଥିଲେ । କଷ୍ଟେ ମଷ୍ଟେ ଜୀବନ ବଞ୍ଚାଇବାକୁ ସେ ଦୈାଡି ଦୈାଡି ଘରକୁ ପଳାଇ ଆସିଥିଲେ । ଅସଂଖ୍ୟ ବିରୁଡିଙ୍କ ଆକ୍ରମଣରେ ସେ ଘାଇଲା ହେବା ସହ ତାଙ୍କର ଦେହ, ମୁହଁ, ସମ୍ପୂର୍ଣ୍ଣ ଶରୀର ଫୁଲିଯିଵା ସହ ସେ ଗୁରୁତର ହୋଇପଡିଥିଲେ । ଗ୍ରାମରେ ତାଙ୍କର ବୈଦିକ ଚିକିତ୍ସା ଚାଲୁ ରଖିଥିଲେ ମଧ୍ୟ, ଠିକ ନହେବାରୁ ପରେ ଗୁରୁଣ୍ଡିଆ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ, କିନ୍ତୁ ଚିକିତ୍ସାର କିଛି ସମୟପରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଅନୁରୂପ ଭାବେ ସେହି ଗ୍ରାମର ରୁପୁଷ ଏକ୍କା ମଧ୍ୟ ଵିରୁଡି ଆକ୍ରମଣର ସମ୍ମୁଖୀନ ହୋଇଥିଲେ । କିନ୍ତୁ ତାଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ନିମନ୍ତେ ଗୁରୁଣ୍ଡିଆ ସ୍ଵାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା । କିନ୍ତୁ ପରେ ଅଧିକ ଚିକିତ୍ସା ନିମନ୍ତେ ରାଉରକେଲା ସରକାରୀ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି । ପରେ ଖବରପାଇ ଗୁରୁଣ୍ଡିଆ ପୋଲିସ ଘଟଣାସ୍ଥଳରେ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *