ଖଇରା : ୮ ତାରିଖ ସୋମବାର ଅପରାହ୍ନରେ ବାଲେଶ୍ଵର ଜିଲ୍ଲା ଖଇରା ଥାନା ଆଗରେ ଏକ ଅପ୍ରିତ କର ପରିସ୍ଥିତି ସୃଷ୍ଟି ହେବା ଭଳି ଘଟଣା ଦେଖିବାକୁ ମିଳିଥିଲା । ଏହି ସମୟରେ ଖଇରା ଥାନା ଅଧିକାରୀ ଥାନାରେ ଉପସ୍ଥିତ ନଥିଲେ । ଘଟଣାରୁ ପ୍ରକାଶ ଜୟଗଡ଼ ଗ୍ରାମର ଖଇରା ଥାନା ଅନ୍ତର୍ଗତ ଗଡପୋଖରୀ ପଞ୍ଚାୟତର ଜୟଗଡ଼ ଗ୍ରାମର ସ୍ଵର୍ଗତ ମହେନ୍ଦ୍ର ସେଠୀ ୬୫ ବର୍ଷକୁ କେହି ଜଣେ ଦୁର୍ବୁତ ଗତ ୪ ତାରିଖ ରାତିରେ ହତ୍ୟା କରିଥିବା କଥା ସ୍ପର୍ଗତ ସେଠୀଙ୍କ ପୁତ୍ର ନିରଂଜନ ସେଠୀ ଆଭିଯୋଗ କରିଛନ୍ତି । ଗତ ୫/୮/୨୦୨୨ ରିଖ ଦିନ ନିରଂଜନ ସେଠି ଥାନାରେ ଏକ ଲିଖିତ ଅଭିଯୋଗ ମହୁଲି ଶିକିଡ଼ା ଗ୍ରାମର ୪୨ ବର୍ଷୀୟ ବ୍ୟକ୍ତି ଶ୍ୟାମସୁନ୍ଦର ସାହୁଙ୍କ ନାମରେ ଆଣିଥିଲେ । ପରବର୍ତ୍ତୀ ସମୟରେ ପୋଲିସ ସେଠୀଙ୍କ ପକ୍ଷଙ୍କ ପକ୍ଷରୁ ଜଣେ ବ୍ୟକ୍ତି ଆଜି ସୋମବାର ଦିନ ପୋଲିସଙ୍କ ଡାକରା ପାଇ ଦିନ ୧୦ ଘଟିକା ସମୟରେ ଥାନାକୁ ଆସିଥିଲେ, କାହିଁକି ଶ୍ୟାମ ସୁନ୍ଦର ସାହୁ ପିତା ବାଇଧର ସାହୁଙ୍କୁ ପୋଲିସ ଥାନାକୁ ଡାକୁ ନାହାନ୍ତି କହି ପୁରୁଷ ଓ ମହିଳା ଥାନାରେ ହୁ ହାଲା କରିଥିଲେ ।

ଅଭିଯୋଗ କାରୀଙ୍କୁ ଥାନା ପକ୍ଷରୁ ଆଇଆଇସି ଆସିଲେ ସବୁକଥା ସମାଧାନ ହୋଇଯିବ କଥାକୁ ଅଭିଯୋଗ କାରୀ ନମାନି ଥାନା ସମ୍ମୁଖରେ ରାସ୍ତାର ଦୁଇ ପାଖରେ ବସି ଯାଇଥିଲେ । ଫଳତଃ କିଛି ସମୟ ପାଇଁ ରାସ୍ତାର ଦୁଇ ପାର୍ଶ୍ଵ ସେଠୀ ଗୁଷ୍ଠି ଅବରୋଧ କରିଥିଲେ । ବାସନ୍ତି ଦୁର୍ଗା ବସ କିଛି ସମୟ ପାଇଁ ଖାଇରା ଥାନା ଆଗରେ ବନ୍ଦଥିଲା । ସାଧାରଣ ଲୋକଙ୍କୁ ବୁଝା ସୂଝା ପରେ ମଧ୍ୟ ଗୋଟିଏ ପାର୍ଶ୍ଵରେ ପୁରୁଷ ଓ ମହିଳା ହତ୍ୟା କାରୀଙ୍କୁ ବାନ୍ଧି ଆମକୁ ନ୍ୟାୟ ନମିଳିବା ଯାଏଁ ଆମେ ରାସ୍ତା ଅବରୋଧରୁ ଉଠିବୁ ନାହିଁ, ଅଡ଼ିବସିଥିଲେ । ଆଇଆଇସି ଏବଂ ଏସଡିପିଓ ଫୋନ ଦ୍ଵାରା ନିର୍ଭର ପ୍ରତିଶୃତି ପରେ ଶୁଙ୍ଖଳାର ସହ ଅବରୋଧ କାରୀ ରାସ୍ତାରୁ ହଟିଯାଇ ଥିଲେ ବୋଲି ଜୟନ୍ତ ସେଠୀଙ୍କ ଠାରୁ ପ୍ରକାଶ ।
