ଚାକିରି କରାଇଦେବା ନାଁ ରେ ୨୧ ଲକ୍ଷ ଟଙ୍କା ଲୁଟ୍

ମାଥିଲି : ମାଲକାନଗିରି ଜିଲ୍ଲା ମାଥିଲି ଅଞ୍ଚଳରୁ ଚାକିରି କରାଇବା ବାହାନାରେ ୨୧ ଲକ୍ଷ ଟଙ୍କା ଲୁଟ୍ ହୋଇଛି । ଏଭଳି ଠକାମୀର ଶିକାର ହୋଇଛନ୍ତି ଶିକ୍ଷିତ ୪ ଯୁବକ ଏବଂ ଜଣେ ମହିଳା ।  ସରକାରୀ ପଦ ପଦବୀରେ ଅବସ୍ଥାପିତ କରାଇବା ବାହାନାରେ  ମନରେ ବିଶ୍ବାସ ଜନ୍ମାଇ ୨୧ ଲକ୍ଷ ଟଙ୍କା ଚଳୁ କରିଦେଲା ଠକ ।  ଏପଟେ ସଂପୃକ୍ତ ଠକକୁ ମଧ୍ୟ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି । ଠକ ଜଣକ ହେଲେ ଚିନ୍ମୟ ମହାପାତ୍ର । ସେ ବାଲେଶ୍ବରର ଗେଙ୍ଗୁଟି ଅଞ୍ଚଳର । ଭୁବନେଶ୍ବର ସ୍ଥିତ ଓଏସଏ ନିକଟରୁ ତାଙ୍କୁ ଗିରଫ କରାଯାଇଛି ।

ସୂଚନାଯୋଗ୍ୟ ଯେ, ମାଥିଲି ଅଞ୍ଚଳର କିଛି ଯୁବକ ଓ ଜଣେ ମହିଳାଙ୍କୁ ଏଫସିଆଇ, ବିଏସଏସଓ, ଏସଆଇ, କିରାଣୀ ଏବଂ ଆଦର୍ଶ ବିଦ୍ୟାଳୟର ଶିକ୍ଷୟିତ୍ରୀ କରାଇ ଦେବାକୁ ପୃଥକ ପୃଥକ ଭାବେ ଲକ୍ଷ ଲକ୍ଷ ଟଙ୍କା ଏମାନଙ୍କ ଠାରୁ ଲୁଟିଥିଲା ଠକ । ଠକର ପ୍ରରୋଚନାରେ ପଡି ଲକ୍ଷ ଲକ୍ଷ ଟଙ୍କା ଦେଇଥିବା ଅଭିଯୋଗକାରୀ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସର ସ୍ବତନ୍ତ୍ର ଟିମ୍ ଭୁବନେଶ୍ବରରୁ ଉକ୍ତ ଠକକୁ ଠାବ କରିବାରେ ସକ୍ଷମ ହୋଇଛି । ମାମଲା ଦାୟର ପରେ କୋର୍ଟ ଚାଲାଣ ମଧ୍ୟ କରିଛି ମାଥିଲି ପୋଲିସ ।

Leave a Reply

Your email address will not be published. Required fields are marked *