ଛବିବାଳା ମେଧାବୃତ୍ତି ସମ୍ମାନ ୨୦୨୨ ଅନୁଷ୍ଠିତ

ବାଲିଆପାଳ : ସୁବର୍ଣ୍ଣ ସମ୍ପର୍କ ପରିବାର ପକ୍ଷରୁ ବାଲିଆପାଳ ବ୍ଲକ ଛକ ସ୍ଥିତ କହ୍ନେୟା ହୋଟେଲ କଲ୍ୟାଣ ମଣ୍ଡପରେ ରବିବାର ଛବିବାଳା ମେଧାବୃତ୍ତି ସମ୍ମାନ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣ ସମ୍ପର୍କ ଅନୁଷ୍ଠାନର ସଭାପତି ଅବସର ପ୍ରାପ୍ତ ପ୍ରଫେସର ଡାକ୍ତର ମୃତ୍ୟୁଞ୍ଜୟ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମେଧାବୃତ୍ତି ସମ୍ମାନ କାର୍ଯ୍ୟକ୍ରାମରେ ଅତିଥି ଭାବେ ଆପୋଲୋ ହସ୍ପିଟାଲର ପ୍ରଖ୍ୟାତ ହୃଦରୋଗ ବିଶେଷଜ୍ଞ ଡାକ୍ତର ବ୍ରଜରାଜ ଦାସ, ରେବତୀ ପତ୍ରିକାର ସମ୍ପାଦିକା ତଥା ସମାଜସେବୀ ସୁବାସିନୀ ଜେନା, ଅବସରପ୍ରାପ୍ତ ପୋଲିସ ନିର୍ଦେଶକ ଗୋପବନ୍ଧୁ ମଲ୍ଲିକ, ବାଲିଆପାଳ ବିଡ଼ିଓ ଦୀପକ କୁମାର ଦାଶ, ବରିଷ୍ଠ ନାଗରିକ ମଞ୍ଚର ସଭାପତି ନାରାୟଣ ପ୍ରସାଦ ସାହୁ ପ୍ରମୁଖ ଯୋଗଦେଇ କହିଥିଲେ ଯେ ଜଣେ ଶିକ୍ଷକ ଚାହିଁଲେ ଜଣେ ପିଲାର ଭାଗ୍ୟ ବଦଳାଇ ଦେଇ ପାରେ । ପିଲାମାନେ ହେଉଛନ୍ତି ମାଟି ପିତୁଳା ସେମାନଙ୍କୁ ଯେପରି ତିଆରି କରିବ ସେହିପରି ହେବେ । ତେଣୁ ଶିକ୍ଷକମାନେ ଛାତ୍ରକୁ ଗଢି ତୋଳିବାରେ କୁଣ୍ଠାବୋଧ କରିବା ଉଚିତ ନୁହେଁ। ସେଥିପାଇଁ ପରିବାର ଅଭିଭାବକ ମଧ୍ୟ ଭୂମିକା ରହିଛି । ସେହିପରି ଆଜିର ମେଧାବୀ ଛାତ୍ରଛାତ୍ରୀମାନେ ପ୍ରଥମେ ପାଠ ପଢ଼ା ତା’ପରେ ଅନ୍ୟ କିଛି ।ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କୁ ମଧ୍ୟ ଭକ୍ତି କରିବା ଦରକାର ବୋଲି ବକ୍ତାମାନେ କହିଥିଲେ । ଛବିବାଳା ଚାରିଟେବୁଲ ଟ୍ରଷ୍ଟ ଏହି କାର୍ଯ୍ୟକ୍ରମକୁ ସମସ୍ତ ଅତିଥିମାନେ ଭୁୟସୀ ପ୍ରଶଂସା କରିଥିଲେ ।
ସୁବର୍ଣ୍ଣ ସମ୍ପର୍କର ସଂଯୋଜକ ତଥା ସମ୍ବାଦ ଆମ ଓଡିଶାର ଜିଲ୍ଲା ସଂଯୋଜକ ସଞ୍ଜୟ କୁମାର ପାତ୍ର କାର୍ଯ୍ୟକ୍ରମ ବିଷୟରେ ବିଷଦ ଭାବରେ ବର୍ଣ୍ଣନା କରିଥିଲେ ।

ଏହି ଅବସରରେ ମେଟ୍ରିକ ପରୀକ୍ଷାରେ ଜିଲ୍ଲା ଟପ୍ପରଙ୍କ ସହିତ ବାଲିଆପାଳ, ଭୋଗରାଇ, ଜଳେଶ୍ବର ଓ ବସ୍ତା ବ୍ଳକର ଟପ୍ପର ଏବଂ ବାଲିଆପାଳ ବ୍ଳକର ସମସ୍ତ କ୧ ଶ୍ରେଣୀରେ ପାଶ କରିଥିବା ମେଧାବୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *