ବାଲିଆପାଳ : ସମବାୟ ସମିତିର କର୍ମଚାରୀ ରାତିରେ ଘରେ ପଶି ମହିଳାଙ୍କୁ ର୍ଦୁବ୍ୟବହାର କରିଥିବା ନେଇ ଥାନାରେ ଅଭିଯୋଗ ପରେ କର୍ମଚାରୀ ଜଣକ ଥାନାରେ ଅଟକ । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଦେଭୋଗ ସମବାୟ ସମିତିର କର୍ମଚାରୀ ଧନଞୟ ପ୍ରଧାନ ଗତ କାଲି ରାତି ପାଖାପାଖି ୧୦ଟା ୫୦ ସମୟରେ ସେହି ଗ୍ରାମର ଘର ପିଣ୍ଡରେ ଶୋଇଥିବା ଏକ ମହିଳାଙ୍କ ଶରୀରର ବିଭିନ୍ନ ଜାଗାରେ ହାତ ମାରିବା ସହିତ ର୍ଦୁବ୍ୟବହାର କରୁଥିବା ସମୟରେ ମହିଳା ଜଣକ ଚିତ୍କାର କରିବାରୁ ଘର ଭିତରେ ଶୋଇଥିବା ବୋହୁ ଉଠିଆସିବାରୁ ଯୁବକ ଦୌଡ଼ି ପଳାଇ ସୋସାଇଟି ଘର ମଧ୍ୟରେ ପଶି ଯାଇଥିଲେ । ଉକ୍ତ ମହିଳା ଜଣକ ଗ୍ରାମ ସରପଞ୍ଚ ୱାର୍ଡ ମେମ୍ବରକୁ ଜଣାଇଥିଲେ । ଆଜି ସକାଳ ସମୟରେ ଶାଶୁ ବୋହୁ ସମବାୟ ସମିତିର ଗେଟରେ ତାଲା ପକାଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଶେଷରେ ପୋଲିସ ଅଭିଯୋଗ ପାଇ ଉକ୍ତ ରଖି ତଦନ୍ତ ଜାରୀ ରଖିଛି ।

କିନ୍ତୁ ଅଭିଯୁକ୍ତ ଧନଞ୍ଜୟ ଫେରାର ହୋଇଥିବା ବେଳେ ଦେଭୋଗ ସେବା ସମବାୟ ସମିତିର ସେକ୍ରେଟେରୀ ଘଟଣା ଟିକୁ ଗୁରୁତ୍ବର ସହକାରେ ନ ନେଇ ଘଟଣା ଟିକୁ ଚପାଇ ଦେବା ପାଇଁ ଉଦ୍ଯମ କରିବା ସହିତ ପୁଣି ପାଲଟା ମହିଳା ଜଣକ କାହିଁକି ଦେଭୋଗ ସୋସାଇଟି ଅଫିସରେ ତାଲା ପକାଇଲେ ବୁଲି ଅଭିଯୋଗ କରିଥିବା ବେଳେ ମହିଳା ଜଣଙ୍କ ନ୍ଯାୟ ଦେବା ବଦଳରେ ସୋସାଇଟି ସଂପାଦକ ବିଭିନ୍ନ ପ୍ରକାରର ଧମକ ଚମକ ଦେଉଥିବା କଥା ସେ ପ୍ରକାଶ କରିବା ସହିତ ମହିଳା ଜଣକ ନ୍ଯାୟ ପାଇଁ ବାଲିଆପାଳ ଥାନାର ଦ୍ବାରସ୍ଥ ହୋଇଛନ୍ତି ।
