ବ୍ରହ୍ମପୁର, : ଅଫିସ୍ ସମୟରେ ସରକାରୀ ବାବୁଙ୍କ ମଉଜ ମସ୍ତି। ତାହା ପୁଣି ବେଳାଭୂମି ଅଞ୍ଚଳରେ। ଏଭଳି ଭିଜୁଆଲ୍ ଏବେ ସୋସିଏଲ୍ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓଟିରେ ଓଡି ୦୭ ଏ.ଡି ୮୩୩୮ ନମ୍ବର ନାମକ ଗାଡିରେ ଅନ୍ ଡ୍ୟୁଟି ଗଭର୍ଣ୍ଣମେଣ୍ଟ୍ ଅଫ୍ ଓଡିଶା ବୋଲି ବୋର୍ଡ ଲାଗିଥିବା ଦେଖାଯାଉଛି । ଏହା କେଉଁ ସରକାରୀ ବିଭାଗର କର୍ମଚାରୀମାନେ ଅଫିସ୍ ସମୟରେ ସୋନପୁର ବେଳାଭୂମିରେ ଭୋଜିଭାତର ଆସରରେ ମାତିଛନ୍ତି ବୋଲି ଜଣାପଡ଼ୁଛି । ସନ୍ଧାନରୁ ଜଳ ସଂପଦ ଯାନ୍ତ୍ରିକ ବିଭାଜନ ବ୍ରହ୍ମପୁର କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ବୋଲି ଜଣାପଡିଛି। ଏମିତି କଣ ଆବଶ୍ୟକ ହେଲା ଯେ, ଅଫିସ୍ ସମୟରେ ସରକାରୀ ଗାଡିକୁ ବ୍ୟବହାର କରି ଭୋଜିଭାତର ଆସରରେ ମାତିଥିଲେ। ଗତକାଲି ଏହି କର୍ମଚାରୀମାନେ ଏପରି ମଜା ମସ୍ତି କରିଥିବା ଭିଜୁଆଲ୍ ଏବେ ଭାଇରାଲ୍ ହୋଇଛି। ଏ ସଂପର୍କରେ ପ୍ରତିକ୍ରିୟା ନେବାକୁ ବିଭାଗୀୟ କାର୍ଯ୍ୟାଳୟକୁ ଯାଇଥିବା ବେଳେ କେତେକ କୋଠରୀରେ କର୍ମଚାରୀ ଓ ବିଭାଗୀୟ ଅଧିକାରୀ ଅନୁପସ୍ଥିତ ଥିବା ବେଳେ ଅନ୍ୟ କେତେକ କର୍ମଚାରୀ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ।
