ବାଲିଆପାଳ : ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ନେତାଜୀ ଷ୍ଟାଡିୟମରେ ଘଟିଛି ଅଭାବନୀୟ ଘଟଣା । ମୃତ ଯୁବକ ଜଣକ ହେଲେ ପଶ୍ଚିମବଙ୍ଗ ବାଙ୍କୁଡ଼ା ଜିଲ୍ଲାର ବିଜୟ ସାହିଦ ।
ସୂଚନା ଅନୁଯାୟୀ ବାଲିଆପାଳ ଥାନା ଅନ୍ତର୍ଗତ ନେତାଜୀ ଷ୍ଟାଡିୟମରେ ଆସନ୍ତା ୧ ତାରିଖରୁ ଅନୁଷ୍ଠିତ ହେବାକୁଥିବା ଗ୍ରାମୀଣ ମେଳା ପାଇଁ ପଶ୍ଚିମବଙ୍ଗ ଅଞ୍ଚଳରୁ ରାମ ଦୋଳି ସାମଗ୍ରୀ ନେଇ ଆସିଥିବା ଗୋଟିଏ ଟ୍ରକରୁ ସାମଗ୍ରୀ ତଳକୁ ବାହାର କରିବା ବେଳେ ଅସାବଧାନତା ବଶତଃ ଟ୍ରକର ହେଲ୍ପର ଉପରେ ଥିବା ୧୧ କେଭି ବିଦ୍ୟୁତ ତାର ସଂଶ୍ପର୍ଷରେ ଆସିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲିଆପାଳ ମେଡିକାଲ ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ୱର ସ୍ଥାନାନ୍ତରିତ କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘଷଣା କରିଛନ୍ତି ।
