ଇଲେକ୍ଟ୍ରିକାଲ ଏମ୍ପ୍ଲ ଇଜ୍ ୟୁନିୟନ ତରଫରୁ ଇଲେକ୍ଟ୍ରିକାଲ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

ବାଲିଆପାଳ : ଇଲେକ୍ଟ୍ରିକାଲ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଇଲେକ୍ଟ୍ରିକାଲ ଏମ୍ପ୍ଲ ଇଜ୍ ୟୁନିୟନ ।
ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବସ୍ତା ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ।

ଘଟଣାରୁ ପ୍ରକାଶ ଗତ କିଛିଦିନ ତଳେ ବସ୍ତା ସେକ୍ସନ କାର୍ଯ୍ୟାଳୟ ଅଧୀନରେ ଜଣେ ଲାଇନମେନ୍ ଇଲେଭେନ କେବି ଲାଇନ୍ ଫଲ୍ଟ ହୋଇଥିବା ବେଳେ ଟାଟାର ସୁପରଭାଇଜର୍ ଠାରୁ ସଟଡାଉନ୍ ନିଆଯାଇ ଇଲେକ୍ଟ୍ରି ରିପ୍ୟାରିଙ୍ଗ ହେଉଥିବା ବେଳେ ହଠାତ୍ ଲାଇନ୍ ଚାର୍ଜ ହୋଇଥିଲା । ଫଳରେ ଲାଇନମେନ୍ ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । କିନ୍ତୁ ଏହି ଅଭିଯୋଗରେ ଦାୟିତ୍ବରେ ଥିବା ଲାଇନମେନ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ହୋଇଥିବା ଲାଇନମେନର ଏଥିରେ ଦୋଷ ନଥିବା ବେଳେ ବିନା ଦୋଷରେ ଚାକିରୀରୁ ନିଲମ୍ବନ କରାଜାଇଥିବା ବସ୍ତା ଡିଭିଜନର ସଂଘ ଦାବି କରିବା ସହ ତୁରନ୍ତ ନିଲମ୍ବନ ପ୍ରତ୍ୟାହାର ପାଇଁ ଅଡିବସିଛି । ଲାଇନ୍ ମେନ୍ ମାନଙ୍କର ଆଠ ଘଣ୍ଟା ଡ୍ୟୁଟି ଥିବାବେଳେ ଅଫିସ୍ ସେମାନଙ୍କୁ ୧୨ ରୁ ୧୪ ଘଣ୍ଟା କାମ କରୁଥିବାର ସଂଘ ଅଭିଯୋଗ କରିଛି । ତେବେ ଆଜିର ଏହି ପ୍ରତିବାଦରେ ବସ୍ତା ଡିଭିଜନ କାର୍ଯ୍ୟାଳୟ ଅଧିନରେ ଥିବା ସମସ୍ତ ସେକ୍ସନ ଓ ଜାମଶୂଳି ସବ୍ ଡିଭିଜନ କାର୍ଯ୍ୟାଳୟର କର୍ମଚାରୀମାନେ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *