ଚୀନ୍ ପାଇଁ ଗୁପ୍ତଚର କାର୍ଯ୍ୟ କରୁଥିବା ସ।ମ୍ବାଦିକ ଗିରଫ

ଚୀନର ଗୁଇନ୍ଦା ଅଧିକାରୀଙ୍କୁ ପ୍ରତିରକ୍ଷା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଇବା ଅଭିଯୋଗ ଦିଲ୍ଲୀ ପୁଲିସ ଜଣେ ସାମ୍ବାଦିକଙ୍କୁ ଗିରଫ କରିଛି। ଗିରଫ ଫ୍ରିଲାନ୍ସ ସାମ୍ବାଦିକ ହେଉଛନ୍ତି ରାଜୀବ ର୍ଶମା। ଶନିବାର ସାମ୍ବାଦିକ ଶର୍ମାଙ୍କୁ ଗିରଫ କରାଯିବାର କିଛି ଘଣ୍ଟା ପରେ ତାଙ୍କର ଦୁଇଜଣ ସହଯୋଗୀ ଚୀନ ମହିଳା ଓ ନେପାଳର ନାଗରିକଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ ଡିସିପି ସଞ୍ଜୀବ କୁମାର ଯାଦବ କହିଛନ୍ତି ଯେ ଶର୍ମା ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ଭାରତର ପ୍ରତିରକ୍ଷା ଓ ଅନ୍ୟାନ୍ୟ ରଣନୀତି ସମ୍ପର୍କିତ ତଥ୍ୟ ଚୀନ ଗୁଇନ୍ଦାକୁ ଦେଇଛନ୍ତି। ଶର୍ମାଙ୍କର ଦୁଇ ସହଯୋଗୀ ଚୀନ ମହିଳା ଓ ନେପାଳ ନାଗରିକଙ୍କର ମହିପାଲପୁରରେ ଏକ କମ୍ପାନୀ ରହିଛି। ଏହି କମ୍ପାନୀ ଚୀନରୁ ଔଷଧ ରପ୍ତାନି କରିଥାଏ। ପ୍ରତିରକ୍ଷା ତଥ୍ୟ ଦେବା ବଦରେ ଚୀନରୁ ଆସୁଥିବା ଅର୍ଥ ଶର୍ମାଙ୍କ ନିକଟରେ ପହଞ୍ଚିଥାଏ। ପୁଲିସ କହିବା ଅନୁଯାୟୀ ଏକବର୍ଷ ମଧ୍ୟରେ ଶର୍ମା ପ୍ରାୟ ୪୦ଲକ୍ଷ ଟଙ୍କା ନେଇଛନ୍ତି। ସାମ୍ବାଦିକତା କ୍ଷେତ୍ରରେ ୪୦ବର୍ଷର ଅଭିଜ୍ଞତା ହାସଲ କରିଥିବା ଶର୍ମା ଚୀନର ଗ୍ଲୋବାଲ ଟାଇମ୍ସ ପାଇଁ ବିଭିନ୍ନ ପ୍ରବନ୍ଧ ଲେଖିଥାନ୍ତି। ଚୀନ ଗୁଇନ୍ଦା ବିଭାଗ ତାଙ୍କୁ ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ପ୍ରଦାନ ନେଇ ନିଯୁକ୍ତି ଦେଇଥିଲା। ଗିରଫ ପରେ ତାଙ୍କ ଠାରୁ ଅନେକ ମୋବାଇଲ ଫୋନ, ଲାପଟପ ଓ ଅନ୍ୟାନ୍ୟ ସମ୍ବେଦନଶୀଳ ତଥ୍ୟ ଜବତ କରାଯାଇଛି

Leave a Reply

Your email address will not be published. Required fields are marked *