ବିଷାକ୍ତ ଖାଦ୍ୟ ଖାଇ ମୃତ୍ୟୁ

ଅନୁଗୋଳ : ଅନୁଗୋଳ ନୁଖୁରିପଦା ଗ୍ରାମର ନୂଆଁବନ୍ଧ ନିକଟରେ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି । ହାତୀଟିର ବୟସ ପାଖାପାଖି ୧୨ ବର୍ଷ ହୋଇଥିବା ଅନୁମାନ। ବିଷାକ୍ତ ଖାଦ୍ୟ ଖାଇ ହାତୀଟିର ମୃତ୍ୟୁ ହୋଇଥିବା ପ୍ରାରମ୍ଭିକ ସୂଚନା ଦେଇଛି ବନ ବିଭାଗ ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ହାତୀଟିର ମୃତଦେହ ଠାବ କରିଛି ବନ ବିଭାଗ । ଦିନ ବେଳେ ହାତୀଟି ସେହି ଅଞ୍ଚଳରେ ବୁଲୁଥିବା ସ୍ଥାନୀୟ ଲୋକମାନେ ଦେଖିଥିଲେ। କିନ୍ତୁ ରାତିରେ ହାତୀଟିର ମୃତଦେହ ମିଳିଥିଲା। ଶନିବାର ହାତୀଟିର ଶବ ବ୍ୟବଚ୍ଛେଦ କରାଯିବ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୁତ୍ୟୁର କାରଣ ଜଣା ପଡିବ ବୋଲି ବନ ବିଭାଗ କହିଛନ୍ତି ।

Leave a Reply

Your email address will not be published. Required fields are marked *