ବାଲେଶ୍ବର : ବାଲେଶ୍ବର ଏସପି ସୁଧାଂଶୁ ମିଶ୍ର ଏପର୍ଯ୍ୟନ୍ତ ବାଲେଶ୍ବର ଜିଲ୍ଲାର କିଛି ଲାଭ କରିନାହାନ୍ତି ଯାହା କରିଛନ୍ତି ସବୁ କେବଳ ନିକୁଳା ଖ୍ୟତି ଏଗୁଡା ଲୋକ କହୁଛନ୍ତି । ଯାହାବି ହେଉ ଲୋକତ କହିବା କଥା କହିବେ, କିନ୍ତୁ ନିଜେ ଏସପି ମୋହଦୟ ରାତିରେ ଶୋଇକି ଆଖି ଖୋଲିକି ଉପରକୁ ଅନେଇକି ଭାବନ୍ତୁ ଏଇଟା ସତ ନା ମିଛ । ତେବେ ସବୁଠାରୁ ଲଜ୍ୟା ଜନକ କଥା ହେଲା ବାଲେଶ୍ବର ଏସପି ସାମ୍ବାଦିକଙ୍କୁ ଦେଖିଲେ ତାଙ୍କର କ’ଣ କେଜାଣି ହୁଏ କେତେବେଳେ ଆଇଆଇସିମାନଙ୍କୁ କୁହନ୍ତି ସାମ୍ବାଦିକଙ୍କୁ ତଥ୍ୟ ଦିଅନି କେତେବେଳେ କେହି ସାମ୍ବାଦିକ ନାମରେ ମିଛ କେସ ହେଲେ ତୁରନ୍ତ ଗିରଫ କରାଇବାକୁ ପଛାନ୍ତିନି । ଏ କଥାର ବହୁ ନଜିରା ଅଛି ସେଥି ମଧ୍ୟରୁ ଅନ୍ୟତମ ମୁଖ୍ୟ ନଜିରା ହେଲା ଜଳେଶ୍ବର ନିୟୁଜ ସେଭେନ ସାମ୍ବାଦିକ ଓ ନୀଳଗିରି ସମ୍ବାଦ ପ୍ରତିନିଧି ଲୋକନାଥ ଦଳେଇଙ୍କୁ ଗିରଫ ଓ ଲୋକନାଥଙ୍କ ଗୋଡରେ ବେଡି । ଗତକାଲି ୪ ଜଣ କୁଖ୍ୟାତ ଅପରାଧୀକୁ ପୋଲିସ ଧରିଛି ସେଥି ମଧ୍ୟରୁ ଜଣେ ପୁରା ଅଭ୍ୟାସଗତ ଅପରାଧୀ, ଯାହାର ନାମ ଗୋବିନ୍ଦ ସ୍ବାମି ଓରଫ ଆନ୍ନା । କିନ୍ତୁ ତାଙ୍କ ଗୋଡରେ ବେଡି ଫେଡିତ ନାହିଁ, ବାଣି ସୁତୁଲି ଖଣ୍ଡେବି ନଥିଲା । ଇଏ ବାବୁ ଏସପି ହୋଇକି ବାଲେଶ୍ବର ଆସିବା ପରଠୁ ଜିଲ୍ଲାରେ ଚୋରି, ହଣା, କଟା, ବନ୍ଧୁକ ବୁଲିବା ସବୁ ବଢିଛି କିନ୍ତୁ ଅପରାଧିଙ୍କର କ’ଣ ହୁଏ ସେକଥା ସମସ୍ତଙ୍କୁ ଜଣା, ଠିକ୍ ସେହିପରି ପ୍ରାୟତ ୮୦ ଶତକଡା ହୋଟେଲରେ ମଦ ବେପାର, ରାଣ୍ଡ ବେପାର ଖୁଲମ ଖୁଲା ଚାଲିଛି । ଯଦି ଗୋଟେ ଜିଲ୍ଲାର ଏସପି ଠିକ୍ ହେବେ ସେ ଜିଲ୍ଲାର ଲୋକଙ୍କ ବାଳ ଫାଳବି ଏଇ ହାରାମି ଅପରାଧିମାନେ ଉପାଡି ପାରିବେନି କିନ୍ତୁ ଏଠିତ କଣ ମାନେ କଣ ଉପୁଡା ଯାଉଛି । ଚୋରା ମଦ, ଡ୍ରଗ୍ସ ଓ ଗଞ୍ଜେଇ ବେପାରର ବାଲେଶ୍ବର ଉଦାହରଣ ସାଜିଛି । ହଣା, କଟା, ବନ୍ଧୁକ କଥା ତ ଛାଡନ୍ତୁ । ସାମ୍ବାଦିକଙ୍କ ଉପରେ ଏସପିଙ୍କ ଏଇଭଳି ଅପ୍ରାକ୍ରୁତିକ ନିର୍ଯାତନା ଦେଖି ସାମ୍ବାଦିକ ମାନସ ବାବୁ ଏସପିଙ୍କୁ ପଚାରିଥିଲେ ଏସପି ମୋହଦୟ କୁହନ୍ତୁ ଜିଲ୍ଲାର କିଏ କିଏ ସାମ୍ବାଦିକ ସାମ୍ବାଦିକତା ଛାଡିଦେବା ? ମନେରଖନ୍ତୁ ଏସପି ବାବୁ ସଜାଗ ରୁହନ୍ତୁ ଆପଣ କାହାର ନାତି କାହାର ଭଣଜା ହୋଇପାରନ୍ତି, କିନ୍ତୁ ଲୋକଙ୍କ ପାଖରୁ ଦରମା ନେଉଥିବା ଆପଣ ଜଣେ କର୍ମଚାରୀ । କାହିଁକି ସାମ୍ବାଦିକ ଲୋକନାଥଙ୍କ ଗୋଡରେ ବେଡି ପକାଇଥିବା ଆଇଓକୁ ନିଲମ୍ବିତ କରୁନାହାନ୍ତି ? ମିଛ କେସ କରାଇଥିବା ଆଇଆଇସିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ? ସମୟ ଆସିବ ପୁଣି ଆନ୍ଦୋଳନ ହେବ ସାମ୍ବାଦିକର ହକ ପାଇଁ । ଆପଣ ସାଧାରଣ ଲୋକଙ୍କ ପାଇଁ ନିଯୁକ୍ତ କର୍ମଚାରୀ, ସାମ୍ବାଦିକ ସାଧାରଣ ଲୋକର ସ୍ବର, ଆପଣ ମୁଟା ଅଙ୍କର ଦରମା ନିଅନ୍ତି, ସାମ୍ବାଦିକ ମାତ୍ର କିଛି ଟଙ୍କାରେ ସାଧାରଣ ଲୋକଙ୍କ ସେବା କରେ । ଜଣେ ସାମ୍ବାଦିକ ମଦବାଲା, ଚୋର, ଡକାୟତ, ସରକାରୀ ଟଙ୍କା ହଡପ କରୁଥିବା ସରକାରୀ କର୍ମଚାରିର ହାଣ୍ଡିରେ ଖାଇ ଚୁଲିରେ ୨ କରିଥାଇ ପାରେ, କେହି ଭଲ ଲୋକର ହାଣ୍ଡିରେ ଖାଇ ଚୁଲିରେ ୨ କରେନି । ବିଦ୍ର : ସମଜଦାରକୁ ଇସାରା କାଫି !
