ବାଲିଆପାଳ : ଉତ୍କଳମଣି ବରିଷ୍ଠ ନାଗରିକ ଲଙ୍ଗଳେଶ୍ଵରର ନବମ ବାର୍ଷିକୋତ୍ସବ ଆଜି ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଅଛି । ଉକ୍ତ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବାଲିଆପାଳ ବରିଷ୍ଠ ନାଗରିକ ମଞ୍ଚର ସଭାପତି ନାରାୟଣ ପ୍ରସାଦ ସାହୁ, ପ୍ରଫେସର କୁଞ୍ଜକାନ୍ତ ପାତ୍ର, କୁମୁଦ ରଞ୍ଜନ ଗିରି, ସୁଧାସିନ୍ଧୁ ସାହୁ, ବଣିଆଁଡିହା ସରପଞ୍ଚ କାଳିଚରଣ ଜେନା, ଶିକ୍ଷାବିତ ଅମୂଲ୍ୟ ଚନ୍ଦ୍ର ଘଡାଇ, ବାଲିଆପାଳ ବ୍ଲକ ସାଂସଦ ପ୍ରତିନିଧି ମହେଶ୍ୱର ଜେନା ପ୍ରମୁଖ ଯୋଗଦାନ କରିଥିଲେ । ଅଦ୍ୟ ବାର୍ଷିକ ଉତ୍ସବରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ସଞ୍ଜୟ କୁମାର ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ ।

ତେବେ ମୁଖ୍ୟ ଅତିଥିଙ୍କ ଦ୍ବାରା ପ୍ରଥମେ ଉତ୍କଳମଣି ଗୋପବନ୍ଧୁଙ୍କର ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ଦୀପ ପ୍ରଜ୍ବଳନ କରିବାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ସଂପାଦକୀୟ ବିବରଣୀ ପାଠ କରିଥିଲେ ପୁରୁଷୋତ୍ତମ ସାହୁ । ଉକ୍ତ ବାର୍ଷିକ ଉତ୍ସବରେ ପରିଚାଳନାରେ ସହଯୋଗ କରିଥିଲେ ସଦସ୍ୟ ବିନୋଦ ଦାସ୍, ସୁଶାନ୍ତ ବେହେରା, ବଂଶୀଧର ନାୟକ, ପଞ୍ଚାନନ ଜେନା, ସୁଧାକର ଦାସ, ପୂର୍ଣଚନ୍ଦ୍ର ପାତ୍ର, ମନମୋହନ ସେଠୀ ପ୍ରମୁଖ ।
