ବଣାଇ : ବଣାଇ ବ୍ଲକ୍ କେନ୍ଦ୍ରିକଳା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଉପରପଡା ଗ୍ରାମର ଯୁଗଵୀଣା ତରୁଣ କ୍ଲବ ପ୍ରାଙ୍ଗଣରେ ଆଜି ବଣାଇ ପୋଲିସ ପକ୍ଷରୁ ଏକ ସଚେତନତା ଓ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ମୂଖ୍ୟ ଅତିଥି ଭାବେ ଵଣାଇ ଥାନାର ଭାରପ୍ରାପ୍ତ ଅଧିକାରୀ ରଞ୍ଜନ କୁମାର ନାୟକ, ଏ ଏସ୍ ଆଇ ବରୁଣ କୁମାର ନାଏକ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରତ୍ୟେକ କାର୍ଯ୍ୟରେ ପୋଲିସ ବିଭାଗ ସହିତ ଜନସାଧାରଣଙ୍କ ସୁସମ୍ପର୍କ ସ୍ଥାପନ ନିମନ୍ତେ ଉପସ୍ଥିତ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।

ବର୍ତ୍ତମାନ ଇଣ୍ଟରନେଟର ଦୁନିଆରେ ସାଧାରଣ ବ୍ୟକ୍ତି ସାଇବର ଠକଙ୍କ ଜାଲରେ ଛନ୍ଦି ହୋଇ ପଡିଥିବା ବେଳେ ସାଇବର ଠକମାନେ ଜନସାଧାରଣଙ୍କୁ ଠକେଇ କରିବାରେ ବ୍ୟସ୍ତ ଅଛନ୍ତି । ବଡ଼ ବଡିଆଙ୍କ ଠାରୁ ଆରମ୍ଭ କରି ଗରିବ ଶ୍ରେଣୀର ଲୋକଟିଏ ମଧ୍ୟ ଏମିତି ଠକଙ୍କ ଜାଲରେ ପଡୁଛନ୍ତି । ଭିନ୍ନ ଭିନ୍ନ ପନ୍ଥା ଆପଣେଇ ଲୋକଙ୍କ ଟଙ୍କା ଲୁଟ କରୁଥିବା ବେଳେ ଅନେକ ସମୟରେ ଫୋନ୍ କୁ ଫେକ୍ କଲ୍ ଆସି ଲୋଭନୀୟ ଅଫର ଦେଇ ଲୋକଙ୍କ ଅଜାଣତରେ ଟଙ୍କା ଲୁଟି ନେଉଛନ୍ତି ।
ତେଣୁ ଏ ସମସ୍ତ ପ୍ରକାର ଅପରାଧିକ କାର୍ଯ୍ୟକଳାପ ସହିତ ଅନଲାଇନ୍ ଠକେଇରୁ ଆମେ ସମସ୍ତେ କିପରି ଭାବରେ ସୁରକ୍ଷିତ ରହିପାରିବା ସେ ସମ୍ପର୍କରେ ମୁଖ୍ୟ ଅତିଥି ଆଲୋକପାତ କରିଥିଲେ । ଏହି
କାର୍ଯ୍ୟକ୍ରମକୁ କେନ୍ଦ୍ରିକଳା ପଞ୍ଚାୟତର ସରପଞ୍ଚ ଉଗ୍ରସେନ କିସାନ ପ୍ରତ୍ୟେକ୍ଷ ଭାବେ ପରିଚାଳନା କରିବା ସହିତ ଏଥିରେ ପଞ୍ଚାୟତ ସମିତି ସଭ୍ୟ ଲଳିତା ପାତ୍ର, ଅବସର ପ୍ରାପ୍ତ ଶିକ୍ଷାବିତ ଦାଶରଥି ବ୍ରହ୍ମ, କ୍ଲବର ପୂର୍ବତନ ସମ୍ପାଦକ ପଞ୍ଚାନନ ବ୍ରହ୍ମ, ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ ସଭ୍ୟାଙ୍କ ସମେତ ଗ୍ରାମର ଅନେକ ଜନସାଧାରଣ ଉପସ୍ଥିତ ରହିଥିଲେ ।
