ଦୁଇ ପୁଅର ମିଳିତ ଆକ୍ରମଣରେ ବାପାର ମୃତ୍ୟୁ

ବଣାଇ : ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡ ଚାନ୍ଦିପୋଷ ଥାନା ଅନ୍ତର୍ଗତ ରାଣିବେର୍ଣ୍ଣା ଅଞ୍ଚଳରେ ଏକ ଅଭାବନିୟ ଘଟଣା ଘଟିଯାଇଛି । ଘରୋଇ ଝଗଡ଼ାକୁ କେନ୍ଦ୍ରକରି ଦୁଇ ପୁଅର କାଠଫାଳିଆ ମାଡ଼ରେ ଘଟଣା ସ୍ଥଳରେ ବାପାର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଘଟଣାରୁ ପ୍ରକାଶ ଯେ ଅଭିଯୁକ୍ତର ବାପା ମଙ୍ଗରା ଭୁମିଜ କୈାଣସି କାରଣରୁ ପ୍ରଥମ ସ୍ତ୍ରୀର ମୃତ୍ୟୁ ହୋଇଯିବା ପରେ ସେ ଦ୍ବିତୀୟ ବିବାହ କରିଲେ । ପ୍ରଥମ ସ୍ତ୍ରୀର ଦୁଇପୁଅ ଥିବାବେଳେ, ଦ୍ବିତୀୟ ବିଵାହ ପରେ ପ୍ରତ୍ୟେକ ଦିନ ସେମାନଙ୍କ ଘରେ ବାପା ଓ ପୁଅମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥାଏ । ଗତକାଲି ରାତ୍ରିରେ ମଧ୍ୟ ଘରେ ବାପା ସହ ଝଗଡା ହୋଇ ଉଗ୍ରରୂପ ହେବାରୁ ଉତ୍ତ୍ୟକ୍ତ ହୋଇ ଦୁଇପୁଅ କାଠଫାଳିଆରେ ପିଟି ପିଟି ଘର ଅଗଣାକୁ ନେଇଥିଲେ, ତଥାପି ରାଗ ଶାନ୍ତ ହୋଇନଥିବାରୁ ପୁଣି ସ୍କୁଟି ଆଣି ବାପା ଉପରେ ଚଢାଇଦେଲେ । ଫଳରେ ଘଟଣା ସ୍ଥଳରେ ବାପାର ମୃତ୍ୟୁ ହୋଇଥିଲା ।

ଖବରପାଇ ଚାନ୍ଦିପୋଷ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣା ସ୍ଥଳରୁ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବାବେଳେ ତାଙ୍କୁ ଖୋଜିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ସାଇଣ୍ଟିଫିକ ଟିମ ଆସିଲା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *