ମେଷ : ଆପଣଙ୍କର ସବୁ କାମ ମନମୁତାବକ ସଂପୂର୍ଣ୍ଣ ହେବ । ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢ଼ିବାରେ ସଫଳ ହେବେ । ଗୁରୁତ୍ବପୂର୍ଣ୍ଣ ସରକାରୀ କାମରେ ସଫଳତା ପାଇବେ ।
ବୃଷ : ଘର କାମରେ ବ୍ୟସ୍ତ ରହିବେ । ବୃତ୍ତରେ ନୂଆ ଯୋଜନା ତିଆରି କରିବେ । ବ୍ୟବସାୟୀଙ୍କ ଲାଗି ଦିନଟି ଭଲ । ପ୍ରେମ ଜୀବନ ମଧୁର ହେବ । ସ୍ଵାଦିଷ୍ଠ ଖାଦ୍ୟ ଭୋଜନ କରିବେ ।
ମିଥୁନ : ପରିଜନଙ୍କ ସହ ଭଲ ସାମଞ୍ଜସ୍ୟ ରହିବ । ପଇସା ନେବା-ଦେବାରେ ସାବଧାନତା ଅବଲମ୍ବନ କରନ୍ତୁ । ବେପାରରେ ଲାଭ ହେବ । ସଙ୍ଗୀତଜ୍ଞଙ୍କୁ ବଡ଼ ସୁଯୋଗ ମିଳିବ ।
କର୍କଟ : ବିବାହିତ ଲୋକଙ୍କ ଲାଗି ଦିନଟି ଭଲ । ପରିବାର ସହ ମଧ୍ୟାହ୍ନ ଭୋଜନର ଆନନ୍ଦ ଉପଭୋଗ କରିବେ । ବ୍ୟବସାୟରେ ଲାଭ କମ୍ ମିଳିପାରେ । ଛାତ୍ରଙ୍କ ଲାଗି ଦିନଟି ଭଲ ।
ସିଂହ : ଅଧୁରା କାମ ସଂପୂର୍ଣ୍ଣ ହେବ । ଧାର ନେବା ଦେବାରୁ ନିବୃତ୍ତ ରୁହନ୍ତୁ । ସମ୍ବନ୍ଧରେ ଭାରସାମ୍ୟ ରଖି ଚଳନ୍ତୁ । ରାଜନୀତିରେ ଆର୍ଥିକ ଲାଭ ହେବ । ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ ।
କନ୍ୟା : ଆର୍ଥିକ ସ୍ଥିତି ସୁଦୃଢ଼ ରହିବ । ଛୋଟଛୋଟ କଥାରେ ଖୁସି ଖୋଜିବେ । ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ । ପାରିବାରିକ ଜୀବନ ସୁଖମୟ ହେବ ।
ତୁଳା : କୌଣସି ମାମଲାରେ ବଡ଼ ନିଷ୍ପତ୍ତି ନେଇପାରନ୍ତି । ପରିବାର ଲୋକଙ୍କୁ ସମୟ ଦେବେ । ଆପଣଙ୍କୁ ବ୍ୟବସାୟରେ ଯଥେଷ୍ଟ ଲାଭ ମିଳିବ । ଅଫିସରେ ଆପଣଙ୍କ କାମ ପ୍ରଶଂସିତ ହେବ ।
ବିଛା : ପିତାମାତାଙ୍କର ସହଯୋଗ ପାଇବେ । ଧାର ଦେଇଥିବା ପଇସା ଫେରସ୍ତ ପାଇବେ । ଲୋକେ ଆପଣଙ୍କ ବ୍ୟକ୍ତିତ୍ବରୁ ପ୍ରେରଣା ନେବେ । ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ ।
ଧନୁ : ଆପଣ ଟିକେ ଆଳସ୍ୟ ଅନୁଭବ କରିବେ । ବ୍ୟବସାୟରେ ଆଶାଜନକ ଫଳ ପାଇବେ । ପାରିବାରିକ ଜୀବନ ସୁଖକର ହେବ । ଛାତ୍ରମାନେ ଲେଖାପଢ଼ାରେ ଅଧିକ ମନ ଦିଅନ୍ତୁ ।
ମକର : ଆପଣଙ୍କ ମନରେ ନୂଆ ବିଚାର ଆସିବ । ବାପାମାଆଙ୍କ ସହଯୋଗରେ ଜୀବନରେ ଆଗକୁ ବଢ଼ିବାର ବାଟ ଫିଟିବ । ଶତ୍ରୁମାନେ ଯେତେ ସମସ୍ୟା ସୃଷ୍ଟି କରିବେ ସେତେ ଲାଭ ହେବ ।
କୁମ୍ଭ : ନୂଆ ଉତ୍ସରୁ ଧନଲାଭ ହେବ । କଳା କ୍ଷେତ୍ରରେ ଥିବା ଲୋକ କିଛି ନୂଆ କରିବାକୁ ଭାବିବେ । ପ୍ରିୟତମଙ୍କ ସହ ଆପଣଙ୍କ ସମ୍ବନ୍ଧ ମଜଭୁତ ହେବ । ବାଣିଜ୍ୟ ଛାତ୍ର କିଛି ନୂଆ ଶିଖିବେ ।
ମୀନ : ଦୈନନ୍ଦିନ କାର୍ଯ୍ୟରେ ପୂର୍ଣ୍ଣ ସଫଳତା ପାଇବେ । ଶାରୀରିକ ରୂପେ ନିଜକୁ ସୁସ୍ଥ ଅନୁଭବ କରିବେ । ସାମାଜିକ ପରିସର ବୃଦ୍ଧି ପାଇବ । ଆପଣଙ୍କୁ ଆର୍ଥିକ ସଫଳତା ମିଳିବ ।
