ମେଷ : ଆପଣଙ୍କୁ ଅନ୍ଲାଇନ୍ରେ ଉପାର୍ଜନର ସୁଯୋଗ ମିଳିବ । ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ପୂର୍ବ ମାମଲା ସମାଧାନ କରିବେ । ଜୀବନସାଥୀଙ୍କ ସହ ସିନେମା ଦେଖିବାର ଯୋଜନା କରିବେ ।
ବୃଷ : ନୂଆ କିଛି ଶିଖିବାର ଦିନଟିଏ । ବ୍ୟବସାୟରେ ସାହସର ସହିତ କାମ କରନ୍ତୁ, ସଫଳତା ନିଶ୍ଚୟ ପାଇବେ । ଅନ୍ୟମାନଙ୍କୁ ମଧୁର ବ୍ୟବହାର ପ୍ରଦର୍ଶନ କରନ୍ତୁ ।
ମିଥୁନ : ଅଫିସରେ କର୍ତ୍ତୃପକ୍ଷଙ୍କୁ ପ୍ରଭାବିତ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ । ପ୍ରେମିକଙ୍କୁ ମନାଇବା ଚେଷ୍ଟାରେ ସଫଳ ହେବେ । ବେପାରରେ ଲାଭ କମ୍ ପାଇବେ ।
କର୍କଟ : କାମରେ ବ୍ୟସ୍ତ ରହିବା ଯୋଗୁଁ ପିଲାପିଲିଙ୍କୁ କମ୍ ସମୟ ଦେଇପାରିବେ । ରାଜନୀତିରେ ଆର୍ଥିକ ଲାଭ ହେବ । ନବବିବାହିତଙ୍କ ଲାଗି ଦିନଟି ଭଲ ।
ସିଂହ : ଦୀର୍ଘ ଦିନ ଧରି କାମରେ ଲାଗି ରହିଥିବା ବାଧା ଦୂର ହୋଇଯିବ । କୌଣସି କାମରେ ବନ୍ଧୁଙ୍କ ସହାୟତା ନେଇପାରନ୍ତି । ଗୃହିଣୀଙ୍କୁ ଘର କାମରେ ପରିବାର ଲୋକ ସହଯୋଗ କରିବେ ।
କନ୍ୟା : ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ । ଆର୍ଥିକ ସ୍ଥିତିରେ ସୁଧାର ହେବ । ପରିବାରର ସବୁ ଲୋକ ଆପଣଙ୍କ ଉପରେ ଖୁସି ରହିବେ । ଅବିବାହିତଙ୍କ ଲାଗି ବିବାହର ଶୁଭ ପ୍ରସ୍ତାବ ଆସିବ ।
ତୁଳା : ଅଫିସରେ ଆପଣଙ୍କର ଅଧୁରା କାମ ଦେଖି ଉପରିସ୍ଥ କର୍ମଚାରୀ ଅସନ୍ତୁଷ୍ଟ ହେବେ । ଅଳଙ୍କାର ବ୍ୟବସାୟୀଙ୍କୁ ଲାଭ ହେବ । ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଅନୁକୂଳ ।
ବିଛା : ସନ୍ଧ୍ୟା ସୁଦ୍ଧା କୌଣସି ଭଲ ଖବର ପାଇବେ । ପରିବାରରେ ଆନନ୍ଦ-ଉଲ୍ଲାସ ଦେଖାଦେବ । କାରବାରରେ ନୂଆ ଯୋଜନା ଲାଗୁ କରିବା ପୂର୍ବରୁ ଦୁଇ ତିନି ଜଣଙ୍କର ମତ ନିଅନ୍ତୁ ।
ଧନୁ : ଦୀର୍ଘ ଦିନର ସ୍ଥଗିତ କାମ ସଂପୂର୍ଣ୍ଣ ହୋଇଯିବ । ଅଫିସରେ ସହକର୍ମୀ ଆପଣଙ୍କୁ ସମ୍ମାନ କରିବେ । ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭପ୍ରଦ । ଶିକ୍ଷକ ଛାତ୍ରଙ୍କୁ କିଛି ନୂଆ ଶିଖାଇବେ ।
ମକର : ଅଧିକ ପରିଶ୍ରମ ଓ ମନୋଯୋଗ ବଳରେ କାମ ସଂପୂର୍ଣ୍ଣ କରିନେବେ । ବ୍ୟବସାୟରେ ବକେୟା ଅର୍ଥ ପାଇବେ । ଜୀବନସାଥୀଙ୍କ ଉପରେ ଭରସା ବଜାୟ ରଖନ୍ତୁ ।
କୁମ୍ଭ : ନୂଆ କାମ ଆରମ୍ଭରୁ ଯଥେଷ୍ଟ ଲାଭ ପାଇବେ । ବିବାଦଠୁଁ ଦୂରରେ ରୁହନ୍ତୁ । ନବବିବାହିତ ଦମ୍ପତି ଭଲରେ ସମୟ ଅତିବାହିତ କରିବେ । ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ ।
ମୀନ : ଆପଣ ନିଜ କାମରେ ଧ୍ୟାନ ଦିଅନ୍ତୁ । ଅଫିସରେ ଆପଣଙ୍କୁ ନୂଆ କାମ ମିଳିପାରେ । ଆପଣଙ୍କ ଉନ୍ନତିକୁ କିଛି ଲୋକ ବିରୋଧ କରିପାରନ୍ତି । ଛାତ୍ରଙ୍କୁ କିଛି ନୂଆ ଶିଖିବାକୁ ମିଳିବ ।
