କଂଗ୍ରେସ ତରଫରୁ ଦେଭୋଗ ସମବାୟ ସମିତି ନିର୍ବାଚନରେ ନାମାଙ୍କନ ପତ୍ର ଦାଖଲ

ବାଲିଆପାଳ : ଦୀର୍ଘ ଦିନ ପରେ ସମବାୟ ସମିତି ନିର୍ବାଚନର ବିଗୁଲ ବାଜିବା ପରେ ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ବହୁ ଅଙ୍କ କଷା ପରେ ଦେଭୋଗ ସମବାୟ ସମିତିରେ କଂଗ୍ରେସ ପକ୍ଷରୁ ବୀର କିଶୋର ଭୁୟାଁ, ଶ୍ରୀ ମନ୍ତ ନାୟକ, ଅଶୋକ ଜେନା, ଶିବ ପ୍ରସାଦ ଗିରି, ମୃତ୍ୟୁଂଜୟ ଗିରି, ଅରୁଣ ପାତ୍ର, ଗଣେଶ ମାସନ୍ତ, ଦିବାକର ନନ୍ଦି, ରଂଜିତା ମାଣିକ ଧନଂଜୟ ମାଝି, ବାବୁରାମ ନନ୍ଦି, ଅନ୍ନପୂର୍ଣ୍ଣା ପ୍ରଧାନ, ହରେନ୍ଦ୍ର ନାଥ ଦାସ, ଗୋପାଳକୃଷ୍ଣ ଦାସ, ବିମଳ ପ୍ରଧାନ ପ୍ରମୁଖ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ପ୍ରାର୍ଥୀମାନେ ସମବାୟ ସମିତି ପାଖରେ ଥିବା ଠାକୁରାଣୀଙ୍କ ପାଖରେ ପୂର୍ଜାଚନା କରିଥିଲେ । ବାଲିଆପାଳ ବ୍ଲକ ଚେୟାରମେନ ରଂଜିତା ନାୟକ, ପୂର୍ବତନ ବ୍ଲକ ଚେୟାରମେନ ବିଜନ ନାୟକ, ଦେଭୋଗ ସେବା ସମବାୟ ସମିତିର ପୂର୍ବତନ ଚେୟାରମେନ ରାମଚନ୍ଦ୍ର ରାଉତ, ଦେଭୋଗ ପଂଚାୟତର ପୂର୍ବତନ ସରପଂଚ ସନ୍ୟାସୀ ଜେନାଙ୍କ ସହିତ ବହୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ନାମାଙ୍କନ ସମୟରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *