ରାଶିଫଳ

ମେଷ : ବାପା ମାଆଙ୍କର ପରାମର୍ଶ ନିଅନ୍ତୁ, ଭଲ ହେବ । ନୂଆ କାମ ଆରମ୍ଭ କଲେ ଭବିଷ୍ୟତରେ ଲାଭ ପାଇବେ । ଆପଣଙ୍କର ଆତ୍ମବିଶ୍ଵାସ ଦେଖି କର୍ତ୍ତୃପକ୍ଷ ଖୁସି ହେବେ ।

ବୃଷ : ଟ୍ରାଭେଲ ଏଜେନ୍ସି ବ୍ୟବସାୟୀଙ୍କ ଲାଗି ଦିନଟି ଭଲ । ଅଚାନକ ଧନଲାଭ ହେବ । ରାଜନୀତିରେ ସଫଳତା ପାଇବେ । ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ ।

ମିଥୁନ : ଜମି ଦଲାଲଙ୍କ ଲାଗି ଦିନଟି ଲାଭଦାୟକ । ଆପଣଙ୍କ ମନ ଅନ୍ତରଙ୍ଗ ବନ୍ଧୁ ସହ ମିଶିବାକୁ କହିବ । ଚାକିରିଆଙ୍କର ପଦୋନ୍ନତି ହୋଇପାରେ ।

କର୍କଟ : ପୂଜାପାଠରେ ସମୟ ବିତିବ । ଅଫିସରେ ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦିଆଯିବ । ନିଜ ସାମର୍ଥ୍ୟରେ କାମକୁ ସରଳତାପୂର୍ବକ ସମ୍ପାଦନ କରିବେ ।

ସିଂହ : ବ୍ୟବସାୟ ବିସ୍ତାର କରନ୍ତୁ ଲାଭ ହେବ । କୌଣସି ବି କାମ ତରବରିଆ ଭାବେ କରନ୍ତୁ ନାହିଁ । ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।

କନ୍ୟା : ଯୋଜନା ଅନୁସାରେ କାମ ପୂରା ହୋଇଯିବ । ଘରୋଇ କଂପାନିରେ କାମ କରୁଥିବା ଲୋକଙ୍କର ପଦୋନ୍ନତି ହୋଇପାରେ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ ।

ତୁଳା : ବହୁ ଦିନର ସ୍ୱପ୍ନ ସାକାର ହେବ । ଆପଣଙ୍କର ମନୋବଳ ଉଚ୍ଚ ରହିବ । ସମାଜସେବା କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ ।

ବିଛା : ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ । ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ । ପ୍ରିୟତମଙ୍କ ଠାରୁ ଉପହାର ମିଳିବ ।

ଧନୁ : ଆଗକୁ ବଢ଼ିବା ଲାଗି ଭଲ ଦିନଟିଏ । ପୂର୍ବରୁ କରିଆସୁଥିବା ଯୋଜନା ପୂରା ହୋଇଯିବ । ବିଲଡର୍ସଙ୍କୁ ଧନଲାଭ ହେବ । ପରିବାରରେ ଶାନ୍ତି ପରିବେଶ ରହିବ ।

ମକର : ଆପଣଙ୍କୁ ଭୁଲ୍ ରାସ୍ତାରେ ନେଇଯିବାକୁ ଚାହୁଥିବା ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ । ଅଚାନକ ଧନଲାଭ ହେବ । ବିବାହ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇଯିବ ।

କୁମ୍ଭ : ଜମିରେ ନିବେଶ ଲାଗି ଭଲ ଦିନଟିଏ । ଅଧିକ କ୍ରୋଧ କଲେ କାମରେ ଗତିରୋଧ ହେବ । ଧାର ଦେଇଥିବା ପଇସା ଫେରସ୍ତ ପାଇବେ । ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ ।

ମୀନ : ବ୍ୟବସାୟରେ ଭାବିଚିନ୍ତି ଭାଗୀଦାରି କରନ୍ତୁ । ଅନ୍ୟମାନଙ୍କୁ ଭରସା କରନ୍ତୁ ନାହିଁ । ପରିବାରରେ ଲାଗି ରହିଥିବା ସମସ୍ୟା ସମାପ୍ତ ହୋଇଯିବ ।

Leave a Reply

Your email address will not be published. Required fields are marked *