କୋଇଡା : କୋଇଡା ଥାନା ଅନ୍ତର୍ଗତ କମଣ୍ଡ ନିକଟବର୍ତ୍ତୀ କୁଲା ଗ୍ରାମରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନିଜର ତିନି ସନ୍ତାନକୁ ହତ୍ୟା କରି ବାପା କୂଅରେ ଫିଙ୍ଗି ଦେଇଥିବା ଅଭିଯୋଗ କରି ତିନି ଶିଶୁର ମା ଥାନାର ଦ୍ୱାରସ୍ଥ ହେବାପରେ ସମସ୍ତ ଘଟଣା ସାମ୍ନାକୁ ଆସିଛି ।

ଘଟଣା ସ୍ଥଳରେ କୋଇଡା ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ତିନି ଶିଶୁଙ୍କ ମୃତଦେହ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରଖିଥିବା ବେଳେ, କୋଇଡା ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ବାପାକୁ ଗିରଫ କରିବା ସହିତ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଶବ ବ୍ୟବଚ୍ଛେଦ ପରେ ସମସ୍ତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପୋଲିସ ପ୍ରକାଶ କରିଛି ।
