ଦୁର୍ଘଟଣା ନୁହଁ ଯୋଜନାବଦ୍ଧ ହତ୍ୟା

ବଲାଙ୍ଗୀର : ବଲାଙ୍ଗୀର ଆରଟିଓ ଛକରେ ହିଟ୍ ଏଣ୍ଡ ରନ୍ ମାମଲା । ମିନିଟ୍ରକ୍ ଚଲାଉଥିବା ଡ୍ରାଇଭର ଚିତ୍ତ ମହାନ୍ତିକୁ ଅଟକ ରଖିଛି ବଲାଙ୍ଗିର ପୋଲିସ । ସିରିଜ୍ ଦୁର୍ଘଟଣାରେ ବରଗଡର ଶ୍ରୀକାନ୍ତ ବାଗ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ମୁଲ୍ୟବାନ ଜମି ହାତେଇବାକୁ ଚିତ୍ତ ମହାନ୍ତି ସାନୁ ନାୟକ ପରିବାରକୁ ସଫା ପାଇଁ ରଚିଥିଲା ଷଡଯନ୍ତ୍ର ।

ଯୋଜନାବଦ୍ଧ ଭାବରେ ଦୁର୍ଘଟଣା ଘଟାଇବାକୁ ପୁରା ମାଷ୍ଟରପ୍ଲାନ କରିଥିଲା ଚିତ୍ତ । ନିଜେ ମିନିଟ୍ରକ ଚଲାଇ ଦୁର୍ଘଟଣା ଘଟାଇଛି । ଫଳରେ ଅଭିଯୁକ୍ତ ଚିତ୍ତ ମହାନ୍ତିକୁ ଅଟକ ରଖାଯାଇଛି । ଏହି ଘଟଣାରେ ଅଧିକ ତଦନ୍ତ ଚାଲିଛି ବୋଲି କହିଛନ୍ତି ବଲାଙ୍ଗିର ଏସପି ନିତିନ କୁଶଲକର ଡାଗଡୁ ।

ସୂଚନାନୁସାରେ, ବଲାଙ୍ଗିର ଆରଟିଓ ଛକରେ ହିଟ ରନ୍ ମାମଲା । ଆସିଲା ସିସିଟିଭି ଫୁଟେଜ୍ । ଗାଡି ମଡାଇ ହତ୍ୟା ପାଇଁ ଷଡଯନ୍ତ୍ର କରାଯାଇଛି । ଫଳରେ ଦୁର୍ଘଟଣା ପରେ ପରେ ପାରିପାର୍ଶ୍ୱିକ ସ୍ଥିତିରୁ ଯୋଜନାବଦ୍ଧ ଭାବରେ ହତ୍ୟା ପାଇଁ ଦୁର୍ଘଟଣାର ରୂପ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *