ଶିକ୍ଷା ବିଭାଗର ଅଜବ ନୀତି : ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ସରକାର, ସ୍କୁଲରେ ଶିକ୍ଷକଙ୍କ ନିଯୁକ୍ତି ପାଇଁ ଜିଲ୍ଲା ମୁଖ୍ୟ ଶିକ୍ଷା ଅଧିକାରୀଙ୍କୁ ଭେଟିଲେ ନବ ନିର୍ବାଚିତ ସରପଞ୍ଚ

ଭଦ୍ରକ : “ସଭିଏ ପଢନ୍ତୁ ସଭିଏ ବଢନ୍ତୁ” ଭଳି ବିଭିନ୍ନ ବିଭିନ୍ନ ପ୍ରକାର ଯୋଜନାରେ ଅନ୍ତର୍ଗତ କରି ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାକୁ ମାଗଣା ବହି ପୋଷାକ ଠାରୁ ଆରମ୍ଭ କରି ମଧ୍ୟାନ ଭୋଜନ ପର୍ଯ୍ୟନ୍ତ ପିଲାଙ୍କୁ ଦେଉଥିବା ସରକାର ସ୍କୁଲରେ ଶିକ୍ଷକ ନିଯୁକ୍ତି ନ ଦେବା ଭଳି ଘଟଣା ଦେଖିବାକୁ ମିଳିଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରାଜଘରପୋଖରୀ ଉଚ୍ଚ ବିଦ୍ୟାଳୟ ଜଣେ ଶିକ୍ଷକ ଆଉ ଜଣେ ଶାରୀରିକ ପ୍ରଶିକ୍ଷଣ ଶିକ୍ଷକ ମାତ୍ର ଦୁଇ ଜଣ ଶିକ୍ଷକଙ୍କୁ ନେଇ ଚାଲିଛି ବିଦ୍ୟାଳୟ । ୧୯୮୩ ମସିହାରୁ ସ୍କୁଲଟି ସ୍ଥାପିତ ହୋଇଥିଲା ବେଳେ ସରକାରୀ ସହାୟକ ସ୍କୁଲ ଭାବେ ଆଜି ପର୍ଯ୍ୟନ୍ତ ପରିଚାଳିତ ହେଉଅଛି । କିନ୍ତୁ ଦୁଃଖର ବିଷୟ ଶିକ୍ଷା ବିଭାଗର ଅଜବ ନିତି ଯୋଗୁଁ ଆଜି ପର୍ଯ୍ୟନ୍ତ ଉକ୍ତ ସ୍କୁଲରେ କୌଣସି ନୂତନ ଶିକ୍ଷକଙ୍କ ନିଯୁକ୍ତି ହୋଇପାରୁନାହିଁ । ପଞ୍ଚାୟତରେ ଗୋଟିଏ ମାତ୍ର ଉଚ୍ଚ ବିଦ୍ୟାଳୟ ହୋଇଥିବାରୁ ପ୍ରାୟ ୩୦୦ ରୁ ଅଧିକ ଛାତ୍ରଛାତ୍ରୀ ଉକ୍ତ ବିଦ୍ୟାଳୟ ଉପରେ ନିର୍ଭର କରନ୍ତି । ଶିକ୍ଷକମାନଙ୍କର ଅଭାବ ଓ ଶିକ୍ଷା ବ୍ୟବସ୍ଥାର ଅବ୍ୟବସ୍ଥାକୁ ନେଇ ଅଭିଭାବକ ଓ ଜନସାଧାରଣଙ୍କ ମହଲରେ କ୍ଷୋଭ ପ୍ରକାଶ ପାଇଛି ।

ଏନେଇ ପଞ୍ଚାୟତରେ ନବନିର୍ବାଚିତ ଯୁବ ସରପଞ୍ଚ ଶ୍ରୀ ଅରୁଣ କୁମାର ମହାନ୍ତି ଜିଲ୍ଲା ଶିକ୍ଷାଧିକାରୀ ଭଦ୍ରକଙ୍କୁ ନୂତନ ଶିକ୍ଷକ ନିଯୁକ୍ତି ନିମିତ୍ତ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସରକାରୀ ସହାୟକ ସ୍କୁଲମାନଙ୍କରେ ନୂତନ ଶିକ୍ଷକ ନିଯୁକ୍ତିର କୌଣସି ନିୟମ ନଥିବା କଥା ସିଧା ସିଧା ମନା କରିଦେଇଥିଲେ ଜିଲ୍ଲା ଶିକ୍ଷାଧିକାରୀ । ଏନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିବେ ବୋଲି ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *