ନକଲି ଦିବ୍ୟାଙ୍ଗ ୬ ଜଣ ଛାତ୍ରଛାତ୍ରୀଙ୍କ ନାମ ଲେଖା ବାତିଲ୍‌

ଭୁବନେଶ୍ବର : ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ଦାଖଲ କରି ରାଜଧାନୀ ମହାବିଦ୍ୟାଳୟରେ ନାମ ଲେଖାଇଥିବା ୬ ଜଣ ଛାତ୍ରଛାତ୍ରୀ ଚିହ୍ନଟ ହୋଇଛନ୍ତି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖୋଳତା‌ଡ଼ ପରେ ୨୦୨୧-୨୨ ଶିକ୍ଷାବର୍ଷରେ ଉକ୍ତ ଛାତ୍ରଛାତ୍ରୀ ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ଦାଖଲ କରି ନାମ ଲେଖାଇଥିବା ଜଣାପଡ଼ିବା ପରେ ବିଭାଗ ପକ୍ଷରୁ ସେମାନଙ୍କ ନାମଲେଖା ବାତିଲ୍‌ କରାଯାଇଛି । ଏଥିସହ ସାମ୍‌ସ ୱେବସାଇଟ୍‌ରେ ଅପ୍‌ଡେଟ୍‌ କରିବାକୁ ବିଭାଗୀୟ ଉପନିର୍ଦେଶକ ରାଜେଶ କୁମାର ସାହୁ ଆଜି ଓକାକ୍‌ ଜିଏମ୍‌ଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ।

Leave a Reply

Your email address will not be published. Required fields are marked *