ବଣାଇ : ବଣାଇ ବ୍ଲକ୍ କେନ୍ଦ୍ରିକଳା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଣ୍ଡୁରିଶିଳା ଗ୍ରାମରେ ଥିବା ଅଙ୍ଗନବାଡ଼ି ଗୃହ ଟି ଠିକାଦାରଙ୍କ ଅବହେଳା ଯୋଗୁଁ ଦୀର୍ଘଦିନ ହେବ ମରାମତି କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡି ରହିଥିବା ଦେଖିବାକୁ ମିଳିଛି । ଫଳରେ ନିକଟରେ ଥିବା କ୍ଲବ ଗୃହରେ ମାସାଧିକ କାଳ ଧରି କୁନିକୁନି ପିଲାମାନେ ସେଠାକୁ ଯାଇ ପାଠ ପଢ଼ୁଛନ୍ତି । ମରାମତି ନାମରେ ଅନେକ ଦିନ ଧରି ଅଙ୍ଗନବାଡ଼ି ଘର ଟି ପଡି ରହିଥିବା ବେଳେ, ରୋଷେଇ ଘର ନଥିବାରୁ ଖୋଲା ଜାଗାରେ ଶିଶୁମାନଙ୍କ ନିମନ୍ତେ ଖାଦ୍ୟ ପ୍ରସ୍ତୁତ କରିବା ଅନେକ ସମସ୍ୟା ସୃଷ୍ଟି କରୁଛି। ବର୍ତ୍ତମାନ କାଳବୈଶାଖୀ ବର୍ଷା ପବନ ହେବା ଦ୍ବାରା ଛୋଟ ଛୁଆମାନେ କ୍ଲବ ଘରେ ସୁରକ୍ଷିତ ମଣୁ ନାହାନ୍ତି।

ଏସବୁ ଅସୁବିଧାକୁ ଦୃଷ୍ଟିରେ ରଖି ଅତିଶିଘ୍ର ଅଙ୍ଗନବାଡ଼ି କେନ୍ଦ୍ରର ମରାମତି କାର୍ଯ୍ୟ ସଂପୂର୍ଣ୍ଣ କରିବା ନିମନ୍ତେ ଅଙ୍ଗନବାଡ଼ି କର୍ମୀଙ୍କ ସମେତ ଗ୍ରାମବାସୀ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି ।
