ଦଣ୍ଡମୁକ୍ତ ଅଂଚଳରେ ଦଣ୍ଡଯୁକ୍ତ ବ୍ୟବସ୍ଥା, ଛାତ୍ରଙ୍କୁ ଅତି ନିର୍ଦ୍ଦୟ ଭାବେ ମାଡ ମାରି ଗୁରୁତର କରିଛନ୍ତି ଶିକ୍ଷକ

ମୟୂରଭଞ୍ଜ : ଦଣ୍ଡମୁକ୍ତ ଅଂଚଳରେ ଦଣ୍ଡଯୁକ୍ତ ବ୍ୟବସ୍ଥା । ଜଣେ ଶିକ୍ଷକ ଛାତ୍ରଙ୍କୁ ଅତି ନିର୍ଦ୍ଦୟ ଭାବେ ମାଡ ମାରି କରିଛନ୍ତି ଗୁରୁତର । ଏଭଳି ଘଟଣାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଛାତ୍ରଙ୍କ ପରିବାର ଲୋକେ । ଘଟଣା ଘଟିଛି କପ୍ତିପଦା ବ୍ଲକ, କପ୍ତିପଦା ଉପ୍ରା ବିଦ୍ୟାଳୟରେ । ଗତକାଲି ଦ୍ୱିତୀୟ ଶ୍ରେଣୀ ଛାତ୍ର ଶୁଭ ବେହେରା ବିଦ୍ୟାଳୟ ଯାଇଥିଲେ । ହେଲେ ମଧ୍ୟାହ୍ନ ସମୟରେ ସେ ବିଦ୍ୟାଳୟ ପାଖରେ ଥିବା ନାଳରୁ ବାଡି ସାହାଯ୍ୟରେ ମୃତ ସାପଟିକୁ ଉଠାଇଥିଲେ । ଯାହା ବାବଦରେ ଅନ୍ୟ ଛାତ୍ରମାନେ ଶିକ୍ଷକଙ୍କ ନିକଟରେ କହିବା ପରେ ବିଦ୍ୟାଳୟର ଶିକ୍ଷକ ଜୟନ୍ତ କୁମାର ମଲ୍ଲିକ କିଛି ନବୁଝି ଦ୍ୱିତୀୟ ଶ୍ରେଣୀ ଛାତ୍ର ଶୁଭ ବେହେରାକୁ ଅତି ନିର୍ଦ୍ଦୟ ଭାବେ ମାଡ ମାରିଥିଲେ ।

ଶୁଭ ବେହେରାଙ୍କୁ ଶିକ୍ଷକ ଏପରି ମାଡ ମାରିଛନ୍ତି ଯେ ତାଙ୍କର ପିଠି ପଚା ପଡିଯିବା ସହିତ ସେ ଗୁରୁତର ଭାବେ ଆହତ ହୋଇଛନ୍ତି । ଛାତ୍ର ଜଣକ ବିଦ୍ୟାଳୟରୁ ଘରକୁ ଫେରିବାର ଦୀର୍ଘ ସମୟ ପରେ ପରିବାର ଲୋକେ ଘଟଣା ବାବଦରେ ଜାଣିବାକୁ ପାଇଥିଲେ । ପରେ ଏନେଇ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମାଡ ଖାଇ ଛାତ୍ରର ଅବସ୍ଥା ଗୁରୁତର ରହିଥିବା ବେଳେ ତାଙ୍କୁ କପ୍ତିପଦା ଡାକ୍ତରଖାନାରେ ଚିକିତ୍ସା କରାଯାଇଛି ।

Leave a Reply

Your email address will not be published. Required fields are marked *