ହଠାତ ବାହାରିଲା କୁକୁର ଦାନ୍ତ…

ଜଳେଶ୍ୱର, :    ବିସ୍କୁଟରୁ ବାହାରିଲା କୁକୁର ଦାନ୍ତ  ।ଏହି କଥା ଶୁଣିବାକୁ ଟିକେ ଖାପଚା ଲାଗୁଥିଲେ ମଧ୍ୟ ସତ ।  ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ।

ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା  ବସ୍ତା ଥାନା କୁଣ୍ଡରୀ ସାହି  ଗ୍ରାମରରେ ରୁହନ୍ତି  ଶ୍ରୀକାନ୍ତ ସାହୁ । ସେ ଶନିବାର ସକାଳେ ଗାନ୍ଧୀ ଛକ ବଜାର  ସ୍ଥିତ ଏକ ଚା’ ଦୋକାନକୁ ବିସ୍କୁଟ ପ୍ୟାକେଟ କିଣି ଖାଇବା ପାଇଁ ଯାଇଥିଲେ । ବିସ୍କୁଟକୁ ଭାଙ୍ଗିବାରୁ ତା ଭିତରୁ ଦାନ୍ତ ଆକାରରେ ଏକ ଜିନିଷ ବାହାରି ଥିଲା । ତାହା କୁକୁର ଦାନ୍ତ ଭଳି ଦେଖା ଯାଉଥିବାରୁ ଲୋକଙ୍କ ମଧ୍ୟରେ  ଉତ୍ତେଜନା ଦେଖା ଦେଇ ଥିଲା ।

ଏହି ବିସ୍କୁଟ ପଶ୍ଚିମବଙ୍ଗ ଏକ କମ୍ପାନୀର ଅଟେ । ତେବେ ଦାନ୍ତ ବାହାରିଲା ପରେ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ଏହାସହ ବିସ୍କୁଟ ତିଆରି କମ୍ପାନୀର ମନମାନୀ ଏବଂ ସଚେତନତା ଉପରେ ପ୍ରଶ୍ନ ଉଠିଛି  । ଏହି ସଂସ୍ଥା ପାଖରେ କଣ ସରକାରୀ ସ୍ୱୀକୃତି ରହିଛି ନା ନାହିଁ ସେନେଇ ତଦନ୍ତ କରିବାକୁ ଦାବି ଉଠିଛି ।

Leave a Reply

Your email address will not be published. Required fields are marked *