ସୋର: ପୂର୍ବରୁ ଗଣେଶ ଭଷାଣିକୁ ନେଇ ହୋଇଥିବା ଦଙ୍ଗାର ଛବି ଲୋକଙ୍କ ମନରୁ ନଲିଭୁଣୁ ପୁଣି ଥରେ ଭଷାଣିକୁ ନେଇ ତୁମୁଳ କାଣ୍ଡ ଦେଖିବାକୁ ମିଳିଛିl ଗତଥରଭଳି ଏଥରବି ଡିଜେ ସାଜିଛି ଗଣ୍ଡଗୋଳର ମୁଖ୍ୟକାରଣ।ତେବେ ଡିଜେ ସମ୍ପୁର୍ଣ୍ଣ ଭାବେ ବେନ ହୋଇଥିବା ବେଳେ ପୁଲିସ ଡିଜେକୁ ଅଲିଖିତ ସୀକୃତି ଦେବା ସାଜୁଛି କାଳ। ତେବେ ଗତକାଲି ରାତିରେ ସୋର ଥାନା ଇଶ୍ବରପୁର ଓ ନଟାପଡା ଗ୍ରାମର ଯୁବକ ମାନେ ସରସ୍ବତୀ ପୁଜା ଭସାଣୀରେ ଡିଜେ ବାଜିବାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏବଂ ଉଭୟ ଗୋଷ୍ଠୀ ହାତାହାତି ହୋଇ ୫ଜଣ ଅହତ ହୋଇ ସୋର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ । ଅନ୍ୟ ଗୋଷ୍ଠୀର କିଛି ଯୁବକ ମାନେ ଆଜି ଘରେ ପଶି ମରଣାନ୍ତକ ଅକ୍ରମଣ କରିଥିବା ଜଣାପଡିଛି। ଏବେ ଉଭୟ ଗ୍ରାମରେ ଆଇନ ଶୃଙ୍ଖଳା ପରିସ୍ତିତି ସୃଷ୍ଟି ହୋଇଥିବା ବେଳେ ପରିସ୍ତିତି କୁ ଆଖି ଆଗରେ ରଖି ସୋର ଥାନା ଅଧିକାରୀ ଛକ ଛକରେ ପୁଲିସ ଫୋର୍ସ ମୃତୟନ କରିଛନ୍ତି। ତେବେ ଏହିଘଟଣାକୁ ନିର୍ଦ୍ଦିଷ୍ଟ ଜଣେ ଘରଗଳା ନାମକ ରାଜନେତା ଉସୁକାଉଥିବା ଏକ ତଥ୍ୟଆମର ହସ୍ତଗତ ହୋଇଛି । ଅନ୍ୟପଟେ ଡିଜେକୁ ସୋର ପୁଲିସ ସମ୍ପୁର୍ଣ୍ଣ ଭାବେ ବେନକରିବାକୁ ଦାବି ହେଉଥିଲା ବେଳେ ପୁଲିସ କାହିଁକି ସୀକୃତି ଦେଇ ଆଇନ ଶ୍ରୁଙ୍ଖଳା ପରିସ୍ଥିତି ଶ୍ରୁଷ୍ଟି ତରୁଛି ତାହା ବଡ ପ୍ରଶ୍ନ। ତେବେ ଆଗାମି ଦିନରେ ପୁଲିସ ଡିଜେକୁ ସମ୍ପୁର୍ଣ୍ଣ ଭାବେ ବେନ କରି ବେଆଇନ ଭାବେ ବାଜୁଥିବା ଡିଜେଗୁଡିକୁ ସିଲ୍ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।
