ଭୁବନେଶ୍ୱର/ଟିକିରି : ଏହି ଅଞ୍ଚଳର ସ୍ୱାସ୍ଥ୍ୟ ଓ କଲ୍ୟାଣ ନିମନ୍ତେ ଜାରି ରହିଥିବା ନିରନ୍ତର ପ୍ରୟାସର ଅଂଶ ସ୍ୱରୂପ
ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଏକ ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ
ଲିମିଟେଡ ପକ୍ଷରୁ କାଶୀପୁର ବ୍ଲକ୍ର ଟିକିରି ଠାରେ ଅବସ୍ଥିତ ଉତ୍କଳ ହସପିଟାଲରେ ମେ ୩ ତାରିଖ ଦିନ ସିଟି ସ୍କାନ୍
ସେଣ୍ଟର ଏବଂ ମାଇକ୍ରୋବାୟୋଲୋଜି ୟୁନିଟ୍ ଉଦ୍ଘାଟିତ ହୋଇଛି ।
କାଶୀପୁର ବ୍ଲକ୍ର ଆଦିବାସୀ ବହୁଳ ଆଭ୍ୟନ୍ତରୀଣ ଅଞ୍ଚଳରେ ବହୁ ଆବଶ୍ୟକ ଏହି ଉନ୍ନତ ସ୍ୱାସ୍ଥ୍ୟସେବା ସୁବିଧା ଏଣିକି
ରାୟଗଡା, କଳାହାଣ୍ଡି ଏବଂ ଗଜପତି ଆଦି ତିନିଟି ନିକଟବର୍ତ୍ତୀ ଜିଲ୍ଲାର ଆବଶ୍ୟକତା ପୂରଣ କରିପାରିବ, ଯେହେତୁ
ଏହି ଜିଲ୍ଲାଗୁଡିକରେ ଏହିଭଳି ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ ନାହିଁ । ସ୍ଥାନୀୟ ଆଦିବାସୀ ଜନସାଧାରଣଙ୍କୁ ଏହି ସୁବିଧା
ନେବା ପାଇଁ ବିଶାଖାପାଟଣା ଅଥବା ଭୁବନେଶ୍ୱର ଯିବାକୁ ପଡୁଥିଲା । ଏହି ସିଟି ସ୍କାନ୍ ମେସିନ ସ୍ଥାପିତ ହେବା ଦ୍ୱାରା
ଉଚ୍ଚତର ରୋଗ ଚିହ୍ନଟ ପ୍ରକ୍ରିୟା ଉତ୍କଳ ହସପିଟାଲରେ କରାଯାଇପାରିବ । ସଂଗୃହୀତ ନମୁନାର କଲ୍ଚର ଭୁବନେଶ୍ୱର
ଅଥବା ବିଶାଖାପାଟଣାକୁ ନ ପଠାଇ ତାହା ଉତ୍କଳ ହସପିଟାଲରେ କରାଯାଇପାରିବ । ଏଥି ସହିତ ଏହି ସେବା ମଧ୍ୟ
ସର୍ମନିମ୍ନ ମୂଲ୍ୟରେ ଉପଲବ୍ଧ ହେବ ଏବଂ ବିପିଏଲ୍ ଏବଂ ଏପିଏଲ୍ ବର୍ଗର ଜନସାଧାରଣଙ୍କ ଏହାକୁ ମାଗଣାରେ
ପାଇବା ବେଳେ ଅନ୍ୟମାନେ ଖୁବ୍ କମ୍ ମୂଲ୍ୟ ଦେଇ ଏହି ସେବାର ସୁବିଧା ପାଇପାରିବେ । ଏଥିପାଇଁ ଜଣେ
ପ୍ରମାଣିକୃତ ଅଭିଜ୍ଞ ସିଟି ସ୍କାନ୍ ଟେକ୍ନିସିଆନ ଏବଂ ମାଇକ୍ରୋବାୟୋଲୋଜି ବିଶେଷଜ୍ଞ ରହିବେ, ଯିଏ ଘଣ୍ଟାକ
ମଧ୍ୟରେ ଅନ୍ଲାଇନରେ ରିପୋର୍ଟ ପ୍ରସ୍ତୁତ କରିବେ, ଯଦ୍ବାରା କୌଣସି ଗୁରୁତର ଅଥବା ଜଟିଳ ପରିସ୍ଥିତିର ତୁରନ୍ତ
ଚିକିତ୍ସା କରାଯାଇପାରିବ ।

ଉତ୍କଳ ହସପିଟାଲ ପରିସରରେ ଏହି କେନ୍ଦ୍ରକୁ ୟୁନିଟ୍ ହେଡ୍ ଶ୍ରୀ ମଜହର ବେଗ୍ ଏବଂ ପ୍ରେସିଡେଣ୍ଟ, ଉଜ୍ଜ୍ୱଳା ଉତ୍କଳ
ଲେଡିଜ୍ କ୍ଲବ, ଶ୍ରୀ ହିନା ବେଗ୍ ଏବ ଉତ୍କଳ ଆଲୁମିନାର ଅନ୍ୟ ବରିଷ୍ଠ ଅଧିକାରୀଗଣ ଉଦ୍ଘାଟନ କରିଥିଲେ ।
ଏହି ଅବସରରେ ୟୁନିଟ୍ ହେଡ୍ ଓ ପ୍ରେସିଡେଣ୍ଟ, ଶ୍ରୀ ମଜହର ବେଗ୍ ଉଲ୍ଲେଖ କରିଥିଲେ ଯେ, ସ୍ୱାସ୍ଥ୍ୟସେବା
କ୍ଷେତ୍ରରେ ବିଶେଷଜ୍ଞ ଚିକିତ୍ସା ସୁବିଧା ଆଣି ଆମେ ଏହି ଅଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ପ୍ରତିବଦ୍ଧ
ରହିଛୁ । ଆମର ସିଏସ୍ଆର ଅଧୀନରେ ଆମେ ସର୍ବଦା ଗୋଷ୍ଠୀର କଲ୍ୟାଣ ଏବଂ ଏହି ଅଞ୍ଚଳର ସ୍ୱାସ୍ଥ୍ୟ ସୂଚୀରେ
ଉନ୍ନତି ଆଣିବା ତଥା ଜଟିଳ ପରିସ୍ଥିତିରେ ବହୁ ମୂଲ୍ୟବାନ ଜୀବନ ଆମ ସ୍ୱାସ୍ଥ୍ୟସେବା ସ୍ଥଳରେ ସୁରକ୍ଷିତ ରଖିବାକୁ
ପ୍ରୟାସ ଜାରି ରଖିଛୁ ।
ଭବିଷ୍ୟତରେ ଆମେ ଆହୁରି ଅନେକ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ କରାଇବୁ ଯାହା ସମୁଦାୟ ରାଜ୍ୟରେ
ଆମର ସ୍ୱାସ୍ଥ୍ୟସେବାର ଗୁଣବତ୍ତାକୁ ପ୍ରତିପାଦିତ କରିବ ବୋଲି ଶ୍ରୀ ବେଗ୍ ଜୋର୍ ଦେଇ କହିଥିଲେ ।
ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ୟୁଏଆଇଏଲ୍ ଏହାର ପାରିପାର୍ଶ୍ବିକ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟସେବା,
ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ଆଦି କ୍ଷେତ୍ରରେ ଆମର ସିଏସ୍ଆର କାର୍ଯ୍ୟକଳାପଗୁଡିକୁ
କାର୍ଯ୍ୟକାରୀ କରିବା ନିମନ୍ତେ ଗଭୀର ଭାବରେ ନିୟୋଜିତ ରହିଛି ଏବଂ ବିଭିନ୍ନ ସାମାଜିକ ପ୍ରସଙ୍ଗଗୁଡିକର ସମାଧାନ
ଦିଗରେ ଦୃଷ୍ଟି ଦେଉଛି । ମୋଟାମୋଟି ଭାବରେର ୟୁଏଆଇଏଲ୍ ଓଡ଼ିଶାରେ ୮୪ଟି ଗ୍ରାମରେ ନିଜକୁ ନିୟୋଜିତ
ରଖିବା ସହିତ ୩୦,୦୦୦ ରୁ ଅଧିକ ଜନସାଧାରଣଙ୍କୁ ସେବା ଯୋଗାଉଛି ।
