ଜାଗରଣ ତରଫରୁ ରାଷ୍ଟ୍ରବାଦୀ ଯୁବ ସମ୍ମିଳନୀ ଅନୁଷ୍ଠିତ

ଭଦ୍ରକ : ସମାଜ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ଭିନ୍ନ ଭିନ୍ନ କ୍ଷେତ୍ର ମଧ୍ୟରୁ ରାଜନୀତି ବି ଗୋଟେ ମାଧ୍ୟମ । ରାଜନୀତି ମାଧ୍ୟମରେ ସମାଜସେବା କରିବା ପାଇଁ ଅନେକ ଶିକ୍ଷିତ ଯୁବପୀଢ଼ି ଆଗ୍ରହ ପ୍ରକାଶ କରୁଥିବାବେଳେ, ଯୁବନେତା ଟେ ନିଜକୁ ରାଷ୍ଟ୍ରହିତରେ ସମର୍ପଣ ପୂର୍ବକ ରାଷ୍ଟ୍ରବାଦୀ ନେତାଟିଏ ହୋଇ ନିଜର ଭବିଷ୍ୟତ ଗଢ଼ିବାର ଲକ୍ଷ୍ୟ ନେଇ ‘ଜାଗରଣ ସଂଗଠନର’ ର ଏକ ଅଭିନବ ପ୍ରୟାସ । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବିଦେଇପୁର ପେଟ୍ରୋଲ ପମ୍ପ ନିକଟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ‘ରାଷ୍ଟ୍ରବାଦୀ ଯୁବ ନେତା ସମ୍ମିଳନୀ’ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ସଂଗଠନ ତରଫରୁ ଗତ ୨୦୨୨ ସାଧାରଣ ନିର୍ବାଚରେ ଲଢ଼ୁଥିବା ବିଭିନ୍ନ ପଞ୍ଚାୟତର ପ୍ରାର୍ଥୀ ଓ ପ୍ରାର୍ଥୀନୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଗଠନ ମୁଖ୍ୟ ଓ ସମ୍ବର୍ଦ୍ଧିତ ଅତିଥିମାନଙ୍କ ଦ୍ୱାରା ଉପସ୍ଥିତ ଯୁବ ବର୍ଗଙ୍କୁ ରାଷ୍ଟ୍ରବାଦୀ ନେତା ଭାବେ ନିଜକୁ ଗଢିତୋଳିବା ସହିତ ସମାଜରେ ଯୁବକମାନେ କିପରି ନିଶାମୁକ୍ତ ସମାଜ, ସାଧାରଣ ଲୋକଙ୍କ ସମସ୍ୟା ସହିତ ଯୋଡ଼ି ହେବା ପାଇଁ ଦିଗଦର୍ଶନ ଦିଆଯାଇଥିଲା । ଉପସ୍ଥିତ ବିଜୟୀ ଓ ପରାଜୟୀ ପ୍ରାର୍ଥୀମାନଙ୍କ ଦ୍ୱାରା ମଧ୍ୟ ନିର୍ବାଚନ ଲଢ଼େଇର ଅନୁଭୂତି ବାଣ୍ଟି ସମସ୍ତଙ୍କୁ ଉତ୍ସାହିତ କରାଯାଇଥିଲା । ସଂଗଠନର ଲକ୍ଷକୁ ସମ୍ମାନ ଦେଇ ନିଜକୁ ଜଣେ ସଚ୍ଚୋଟ ରାଷ୍ଟ୍ରବାଦୀ ନେତା ଭାବେ ପ୍ରତିଷ୍ଠିତ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ସର୍ବଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାଟିକୁ ଭଙ୍ଗ କରାଯାଇଥିଲା ।

Leave a Reply

Your email address will not be published. Required fields are marked *