ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ବଣାଇ : ବଣାଇ ଥାନା କେନ୍ଦ୍ରିକଳା ପଞ୍ଚାୟତ ଅନ୍ତର୍ଗତ ଉପରପଡା ଗ୍ରାମରେ ଗତ କାଲି ଏକ ଅଜଣା ଗାଡ଼ି ଧକ୍କାରେ ଗ୍ରାମର ବିଶିକେସନ ସାମଲଙ୍କ ମୃତ୍ୟୁ ହେଇଥିବା ବେଳେ ତ୍ରିନାଥ କଳସ ଗୁରୁତର ଅବସ୍ଥାରେ ରାଉଲକେଲା ସରକାରୀ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣା ପଡ଼ିଛି ।

ଘଟଣାରୁ ପ୍ରକାଶ ଯେ, ସବୁଦିନ ଭଳି ଗତକାଲି ମଧ୍ୟ ବିଶିକେଶନ ସାମଲ (୬୮), ତ୍ରିନାଥ କଳସ (୬୨) ସାନ୍ଧ୍ୟ ଭ୍ରମଣରେ ନରେନ୍ଦ୍ର ପଟରୁ ମଧୁପୁର ସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ମଧୁପୁର ଏବଂ ବର୍ଡାବାହାଲ ମଧ୍ୟରେ ଥିବା ଏକ ପୋଲ ଉପରେ ନରେନ୍ଦ୍ର ପଟରୁ ତୀବ୍ର ଗତିରେ ଆସୁଥିବା ଏକ ଅଜଣା ଚାରିଚକିଆ ଗାଡି ଦୁହିଁଙ୍କୁ ପଛ ପଟୁ ଧକ୍କା ଦେଇ ଚାଲି ଯାଇଥିଲା । ଫଳରେ ଦୁହେଁ ଗୁରୁତର ଅବସ୍ଥାରେ ଛିଟିକି ପଡ଼ି ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ । ସ୍ଥାନୀୟ ଲୋକେ ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ଦୁହିଁଙ୍କୁ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ଡ଼ାକ୍ତର ପରୀକ୍ଷା କରି ବିଶିକେସନ୍ ସାମଲଙ୍କୁ ମୃତ ଘୋଷିତ କରିଥିବା ବେଳେ ତ୍ରିନାଥ କଳସଙ୍କ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ନିମନ୍ତେ ରାଉଲକେଲା ସରକାରୀ ଡ଼ାକ୍ତରଖାନାକୁ ପଠାଇଥିବା ଜଣାପଡ଼ିଛି । ବାରମ୍ଵାର ନରେନ୍ଦ୍ର ବଣାଇ ରାସ୍ତାରେ ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କରି କେନ୍ଦ୍ରିକଳା ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରି ଥିଲେ ।

ଫଳରେ ଦୁଇ ଘଣ୍ଟା ଧରି ଶହ ଶହ ଯାନବାହନ ଦୁଇ ପଟରେ ଅଟକି ରହିଥିଲ । ବଣାଇ ପୋଲିସ ଅଧିକାରୀ ରଞ୍ଜନ କୁମାର ନାୟକ, ବରୁଣ କୁମାର ନାୟକ, ହୃଷୀକେଶ ପ୍ରଧାନ ଏବଂ ବଣାଇ ବିଡିଓ ସ୍ୱଦିପ ଟପ୍ପୋ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବା ସହିତ ରେଡକ୍ରସ ତରଫରୁ ମୃତ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ, ବିଭିନ୍ନ ଛକରେ ଗତି ନିୟନ୍ତ୍ରଣ ପାଇଁ ହମ୍ପସ ଏବଂ ଧକ୍କା ଦେଇ ପଳାଇଥିବା ଗାଡ଼ିକୁ ତୁରନ୍ତ ଧରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟାଇ ଦିଆ ଯାଇଥିଲା ।

Leave a Reply

Your email address will not be published. Required fields are marked *