ବଣାଇ : ବଣାଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଅବସ୍ଥିତ ଵିଶିପାଲି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟର ଏକ ଅବସ୍ଥା । ଦୀର୍ଘ ଦୁଇ ବର୍ଷ ହେବ ସରକାରଙ୍କ ୫ଟି ମାଧ୍ୟମରେ ନୂତନ କୋଠା ନିର୍ମାଣ ଚାଲିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାହା ସଂପୂର୍ଣ୍ଣ ହୋଇପାରିନାହିଁ । ଫଳରେ ଶ୍ରେଣୀ ଗୃହ ଅଭାବରୁ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏହି ସ୍କୁଲରେ ପାଠ ପଢୁଥିବା ପ୍ରାୟ ୭୦ ଜଣ ଛାତ୍ରଛାତ୍ରୀ ବାରଣ୍ଡାରେ ପାଠପଢୁଥିବା ବେଳେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ତା’ ସହିତ ନୂତନ କୋଠା ନିର୍ମାଣ ସମୟରେ ରୋଷେଇ ଘରର ସମ୍ମୁଖ ଭାଗ ଭାଙ୍ଗି ଦେଇଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ଖୋଲା ସ୍ଥାନରେ ରୋଷେଇ କରୁଥିବା ଦେଖିବାକୁ ମିଳିଛି । ଦୀର୍ଘ ଦିନ ଧରି ନୂତନ କୋଠା ଘରର ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡି ରହିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେଥିପ୍ରତି କୈାଣସି ଅଧିକାରୀଙ୍କ ଦୃଷ୍ଟି ପଡୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ସ୍କୁଲର ଏ ଅବସ୍ଥା ଉପରେ ଦୃଷ୍ଟି ଦେବାକୁ ବିଦ୍ୟାଳୟ ପରିଚାଳନା କମିଟି ଅନୁରୋଧ କରିଛନ୍ତି ।
