ଭଦ୍ରକ : ରାଜ୍ୟ ସରକାର ପିଲାଙ୍କୁ ଉନ୍ନତ ଶିକ୍ଷା ଦେବା ପାଇଁ ଲାଗୁ କରିଛନ୍ତି ଯୋଜନା ପରେ ଯୋଜନା l ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ବହି, ଡ୍ରେସ ମାଗଣାରେ ଦିଆଯାଉଛି l ହେଲେ ଶିକ୍ଷା ପାଇଁ ଯେଉଁ ମୌଳିକ ସ୍କୁଲ ଗୃହ ରହିବା କଥା ତାହା ନଥିବା ଦେଖିଲେ ସରକାରୀ ଯୋଜନା କେବଳ କାଗଜ କଲମରେ ସୀମିତ ଥିବା ଭଳି ଲାଗୁଛି ।

ଯାହାର ଜ୍ୱଳନ୍ତ ଉଦାହରଣ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରାଇପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ପର୍ଯ୍ୟନ୍ତ କ୍ଲାସ ଥିଲା ବେଳେ ଦୁଇସହ ରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ, ଆଠ ଟି ଶ୍ରେଣୀ କୁ ଚାର ଟି ଛୋଟ ଛୋଟ ଶ୍ରେଣୀଗୃହ l ଗୋଟିଏ ଗୃହରେ ଛାତ ଫାଟି ରଡ଼ ଦେଖା ହେଉଛି l ଏ ନେଇ ବିଇଓଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁବିଧା ମିଳି ପାରିନାହିଁ l
