ଅଧିକାରୀମାନଙ୍କ ଦ୍ୱାରା ସରକାରୀ ଗାଡ଼ିର ଅପବ୍ୟବହାର

କୁଆଁପାଳ : କଥାରେ ଅଛି ସରକାରକା ମାଲ ଦରିଆମେ ଡାଲ । ଏହି ନୀତିରେ ଏବେ ଚାଲିଛି ସରକାରୀ ବାବୁମାନଙ୍କ କାର୍ଯ୍ୟକଳାପ । ରାଜ୍ୟ ସରକାର ଜନସାଧାରଣଙ୍କ ନିକଟରେ ସମସ୍ତ କାର୍ଯ୍ୟକୁ ପହଞ୍ଚାଇବା ଓ ସେବା ଯୋଗାଇବା ପାଇଁ ଅଧିକାରୀମାନକୁ ସରକାରୀ ଯାନ ଯୋଗାଇ ଦେଇଛନ୍ତି । ହେଲେ କେତେକ ଅଧିକାରୀ ଏହି ଗାଡିର ଅପବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ନିଜର ପରିବାର ଧରି ବ୍ୟକ୍ତିଗତ କାର୍ଯ୍ୟରେ ସରକାରୀ ଗାଡ଼ି ଅଧିକାରୀମାନେ ବ୍ୟବହାର କରୁଥିବା ଚର୍ଚ୍ଚା ହେଉଛି । ଗତକାଲି ଓଡ଼ିଶା ସରକାର ଲେଖାଥିବା ଓରା ୦୨ବିଏଫ୍‌୭୭୩୩ ବୋଲେରୋ ଗାଡ଼ିରେ କିଛି ମହିଳା ଓ ପିଲାମାନେ କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକ ହଳଧରପୁର ଯାଉଥିବା ଦେଖିବାକୁ ମିଳିଥିଲା ।  କିଏ ଓ କେଉଁ ଉଦେଶ୍ୟରେ ଏହି ସରକାରୀ ଗାଡିକୁ ବ୍ୟବହାର କରିଛି ତାହା ଜଣାପଡ଼ିନାହିଁ ।

Leave a Reply

Your email address will not be published. Required fields are marked *