ବଣାଇ ଅବକାରୀ ପକ୍ଷରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ

ବଣାଇ : ବଣାଇ ଉପଖଣ୍ଡ ଚାନ୍ଦିପୋଷ ଥାନା ଅନ୍ତର୍ଗତ ତାମଡା ପଞ୍ଚାୟତର ପିତାଗାଁ ଠାରେ ଆଜି ଵଣାଇ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ବିପୁଳ ପରିମାଣର ବିଦେଶୀ ମଦ, ମଦ ତିଆରିରେ ବ୍ୟବହାର କରାଯାଉଥିବା ସରଞ୍ଜାମ ସହିତ ଜଣକୁ ଗିରଫ କରାଯାଇଛି । ବିଗତ କିଛି ଦିନ ଧରି ବଣାଇ ଉପଖଣ୍ଡର ବିଭିନ୍ନ ସ୍ଥାନରେ ଚଢାଉ କରି ବ୍ୟାପକ ପରିମାଣର ନକଲି ଵିଦେଶୀ ମ‌ଦ ଜବତ କରି ଅନେକ ବେପାରୀକୁ ଗିରଫ କରାଯାଇଥିଲେ ମଧ୍ୟ ତଥାପି ଵଣାଇର ଗାଁ ଗଣ୍ଡାରେ ବର୍ତ୍ତମାନ ସୁଦ୍ଧା ଏସବୁ ଚାଲୁଥିବା ଖବର ପାଇ ଆଜି ଭୋରରୁ ବଣାଇ ଅବକାରୀ ବିଭାଗ ପିତାଗାଁ ରେ ଚଢାଉ କରି ସମ୍ପୃକ୍ତ ବେପାରୀ ମାଙ୍ଗା ତିର୍କି କୁ ଗିରଫ କରିଛି । ବେପାରୀ ନିକଟରୁ ୧୧୫ ବୋତଲ ନକଲି ଵିଦେଶୀ ମ‌ଦ ସହିତ ନକଲି ଠିପି, ଲେଵୁଲ ଏବଂ ୮୦୦ ରୁ ଉର୍ଦ୍ଧ୍ବ ଖାଲି ବୋତଲ ଜବତ କରାଯାଇଛି । ଜବତ ମଦର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି । ଦୀର୍ଘ ଦିନ ଧରି ମାଙ୍ଗା ରାଜ୍ୟ ବାହାରୁ କମ ଦାମରେ ମଦ ଆଣି ପୁରୁଣା ଅସଲି ବୋତଲରେ ଅପମିଶ୍ରିତ କରି ନକଲି ଠିପି ଓ ଲେବୁଲ ଲଗାଇ ବିଭିନ୍ନ ସ୍ଥାନକୁ ନେଇ ବିକ୍ରି କରୁଥିଲା । ତେବେ ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟ ଆସିଫ୍ ଅଲ୍ଲୀଙ୍କ ନିର୍ଦ୍ଦେଶ କ୍ରମେ ବଣାଇ ଅବକାରୀ ବିଭାଗର ଅଧିକାରୀ ସବଇନ୍ସପେକ୍ଟର ଶ୍ରୀକାନ୍ତ ପଟ୍ଟନାୟକ, ଏଏସଆଇ ଅବଦୁଲ ଅନୱର, ଉଗ୍ରସେନ ବେହେରା, ପଞ୍ଚାନନ ଜେନା, ଘନଶ୍ୟାମ ମାହାନ୍ତ, କୁମାରୀ ପ୍ରଧାନ, ବିମ୍ବାଧର ସାହୁ, ବିକାଶ ରଞ୍ଜନ ମାହାନ୍ତ, ହେମ ମଞରୀ ବିଶ୍ବାଳ, ସ୍ଵୟମ ସୁଧା ସାହୁ ପ୍ରମୁଖ ଚଢାଉ କରି ବେପାରୀକୁ ଧରିବାରେ ସକ୍ଷମ ହୋଇଥିଲେ ।

Leave a Reply

Your email address will not be published. Required fields are marked *