ବାଲେଶ୍ବର : ବେକରେ ଗାମୁଛା ପକେଇ ଗରିବର ଅଭିନୟ କରୁଥିବା ପଚା ଘଡେଇ ଏବେ କାହା ଆର୍ଶିବାଦନେଇ କୋଟିପତି। ପଥର ଚୋର , ଖାଦାନ ନାମରେ ଡକାୟତି ସରକାରଙ୍କ ନିୟମର ଧଜ୍ଜିଆ ଉଡେଇ ତହସିଲଦାରଙ୍କ ସୁନାପୁଅ ସାଜିଛି ବାଗୁଡିର ପଚା। ନେତା ନୁହଁ କି କୌଣସି ଦଳର କର୍ମି ନୁହଁ କିନ୍ତୁ କୋଟିପତି। ଶୁଣିବାକୁ ମିଳେ ଇଏ ବ୍ୟକ୍ତି କୁଆଡେ ସମସ୍ତଙ୍କ କୁଡରେ ଶୁଏ କାହା ପାଖରୁ ପେଟରେ ହୁଏନି। ମାନେ ଇଏ ବ୍ୟକ୍ତି ଜଣକ ଚାନ୍ଦା ଦେବାରେ ମାଷ୍ଟର। ଟ୍ରାକ୍ଟର ଡ୍ରାଇଭରରୁ କୋଟିପତି , ଆଜି ଏକରୁ ଅନେକ ପଥର ଖାଦାନର ମାଲିକ। ତେବେ ଆମ ପାଖରେ ଯାହା ସୂଚନା ରହିଛି ପଚାଘଡେଇ ନାମକ ବ୍ୟକ୍ତି ଜଣକ ଯେଉଁ ଖାଦାନ ଗୁଡିକୁ ଅକ୍ତିଆରରେ ରଖିଛନ୍ତି ସେଠୁ ଯେତିକି ପଥର ଉତ୍ତଳନ ହେବା କଥା ତାଠାରୁ ବହୁଅଧିକ ପଥର ଉତ୍ତଳନ କରିସାରିଛନ୍ତି। ତେବେ ଏ ବାବଦରେ ସୋର ତହସିଲଦାର ଯେ ଜାଣି ନାହାନ୍ତି ସେକଥା ନୁହଁ ସବୁଜାଣି ମାତ୍ର କିଛି ଫାଇନ୍ କରି ନିରବ। ତେବେ କାହିଁକି ନିରବି ଯାଇଛନ୍ତି ତହସିଲ ଦାର ? କାହା ଚାପରେ ଚାପି ଯାଇଛନ୍ତି ଓ ଏ ଏସ ମହୋଦୟ। ସାମ୍ବାଦିକଙ୍କ ମୋବାଇଲ ଛିନ୍ ତାଇ କଲା ବେଳକୁ ପୁରା ଆଗଭର କିନ୍ତୁ ପଚାଘଡେଇ ଭଳି ଭୂଜାଲି ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ କାହିଁକି ସେତିକି ତତ୍ପର ନୁହନ୍ତି ? ପଚା ଘଡେଇ ଏବଂ ସୋର ତହସିଲ୍ ଦାରଙ୍କ ମଧ୍ୟରେ କଣ ରହିଛି ଭିତିରି ସମ୍ପର୍କ ? ନା କାହା ନିର୍ଦେଶରେ ପଚାକୁ ଦିଆଯାଉଛି ସୁରକ୍ଷା। ତେବେ କେବେ ପଚା ଘଡାଇର ଖଣିକୁ ସିଲ୍ କରାଯାଉଛି ଏବଂ ତାର ସମ୍ପତି ସିଲ୍ କରି ଚୋରି କରିଥିବା ପଥର ବାବଦକୁ ସମ୍ପତି ଜବଦ କରାଯାଉଛି ତାହା ସମୟ କହିବ। ସୋର ଷ୍ଟେସନ ପରିସରରେ ଉଭର ଲୋଡିଂ ଟ୍ରକରେ ପାହାଡ ମାଟି ବୁହାଚାଲିଛି କିନ୍ତୁ ଗୋଟିଏବି ଗାଡିକୁ ଧରି ପାରୁନାହାନ୍ତି ତହସିଲଦାର କାହିଁକି ? କିଛିଦିନ ପୂର୍ବରୁ ପଚାଘଡେଇର ଖାଦାନରେ ବେଆଇନ ବ୍ଲାଷ୍ଟିଂ ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ଏ ଆଖି ଦେଖିଛି ନୂଆବର୍ଷ ପାଇଁ କାହାକୁ କେମିତି ଗିଫ୍ଟ ଦିଆ ଯାଉଥିଲା। ସତ ସାହସ ଥିଲେ ତହସିଲଦାର ସିଲ୍ କରନ୍ତୁ ପଚା ଘଡେଇଙ୍କ ପଥରଖଣିକୁ , ଯେଉଁ ଖଣିରୁ ବେଆଇନ ଭାବେ ପଥର ଖନନ ହୋଇଛି ? ପଚାଘଡେଇ ନାମରେ ମକଦମା କରନ୍ତୁ। ତେବେ ଯାଇ ଜଣା ପଡିବ ତହସିଲଦାର କେତେ ସଚୋଟ।
