ଜଳେଶ୍ୱର : ( ସଂଜୟ ଦାସ ) ଆଜିବି ମଣିଷ ଭିତରେ ହଜିଯାଇଛି ମଣିଷ ପଣିଆ । ବିବାହର ୫ ବର୍ଷ ପରେ ସ୍ୱାମୀ, ଶାଶୁ ଓ ମାମୁ ଶଶୁରଙ୍କୁ ଘାରିଲା ଯୌତୁକ ନିଶା ,ଯୌତୁକ ରାକ୍ଷସ ସାଜି ଯୌତୁକ ଲୋଭରେ ମିଳିମିଶି ଷଡ଼ଯନ୍ତ୍ର କରି ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ ନିଜ ବୋହୁ ସଂଜୁଲତାକୁ ଶାଶୂଘର ଲୋକେ । ମରୁ ମରୁ ବଞ୍ଚିଗଲା ସିନା ଜୀବନ କିନ୍ତୁ ନଷ୍ଟ ହୋଇଯିବ ସଂଜୁଲତାର ଆଖି । ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା, ଜଳେଶ୍ୱର ଥାନା,ଝାଡ଼ପିମ୍ପଳ ଗାଁରେ । ସଞ୍ଜୁଲତା ଗୋଟିଏ କନ୍ୟାର ମାଆ ହେବା ପରେ ସ୍ୱାମୀ ରବିନ୍ଦ୍ର ପ୍ରଧାନ ,ଶାଶୂ ମାଳତୀ ମାମୁଁ ଶ୍ୱଶୁର ବୀରେନ୍ଦ୍ର ଗିରି ମିଳିମିଶି ବାପଘରୁ ଅଧିକ ଯୌତୁକ ଆଣିବା ପାଇଁ ଦାବି କରି ଆସୁଛନ୍ତି, କଥାରେ ରାଜି ନହୋଇ ପ୍ରତିବାଦ କରିବାରୁ ଗତକାଲି ବିଳମ୍ବିତ ରାତିରେ ଅର୍ଥାତ୧୦/୦୬/୨୦୨୦ରିଖ ଜୀବନରୁ ମାରିଦେବାକୁ କରିଥିଲେ ଯୋଜନା । ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତିଯାଇଛନ୍ତି ସଂଜୁଲତା । ଆଖି ଓ ମୁଣ୍ଡରେ ମାଡ଼ ମାରି ଗୁରୁତ୍ତର କରିଦେଇଥିଲେ । ପଶ୍ଚିମବାଡ଼ ବାପଘର ଲୋକେ ଖବର ପାଇ ଝିଅ ଶାଶୂଘରେ ଝିଅର ଏପରି ଅବସ୍ଥା ଦେଖି ପ୍ରଥମେ ଜଳେଶ୍ୱର ଜି.କେ ଭୋଟ୍ଟର ହସ୍ପିଟାଲରେ ଭର୍ତ୍ତି ପରେ ଅବସ୍ଥା ସାଙ୍ଘାତିକ ହେବାରୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି । ତେବେ ଏଭଳି ସମ୍ବେଦନଶୀଳ ଘଟଣା କୁ ନେଇ ନିଜର ଜୀବନ ସୁରକ୍ଷା ଓ ଯୌତୁକ ରାକ୍ଷସ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଜଳେଶ୍ୱର ଥାନା , ନାମ୍ପ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ନିଜେ ସଂଜୁଲତା ।
