ଭାଇରାଲ ହେଲା ସାହିତ୍ୟ ପ୍ରଶ୍ନ ପତ୍ର : ଆରମ୍ବରୁ ଝିଣ୍ଟିଲେ ସରକାର

ନୂଆପଡ଼ା : ସୋସିଆଲ ମିଡିଆରେ ଓଡିଆ ପ୍ରଶ୍ନପତ୍ର ଘୁରିବୁଲିବା ନେଇ ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି । ସେପଟେ ଆଗାମି ପରିକ୍ଷାର ଭବିଶ୍ୟତକୁ ନେଇ ଚିନ୍ତାର ଛାତ୍ର ଛାତ୍ରୀ ।

ମ୍ୟାଟ୍ରିକ ପରୀକ୍ଷାକୁ ସ୍ୱଚ୍ଛ କରିବାକୁ ଶିକ୍ଷା ବିଭାଗ କାହିଁ କେତେ ପଦକ୍ଷେପ ନେଇଛି। ହେଲେ ପରୀକ୍ଷା ତ୍ରୁଟିଶୂନ୍ୟ ହେବ ବୋଲି ଡିଣ୍ଡିମ ପିଟୁଥିବା ସରକାର ପ୍ରଥମ ଦିନରୁ ଝୁଣ୍ଟିଛନ୍ତି। ଆଜି ଆରମ୍ଭ ହୋଇଥିବା ମ୍ୟାଟ୍ରିକ ପରୀକ୍ଷାର ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଅଭିଯୋଗ ହୋଇଛି। ଏପରି ଘଟଣା ନୂଆପଡ଼ା ଜିଲ୍ଲାରେ ଦେଖିବାକୁ ମିଳୁଛି। ଆଜି ମାତୃଭାଷା ଓଡ଼ିଆରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଛନ୍ତି। ପରୀକ୍ଷା ୧୨ଟାରେ ସରିଥିବା ବେଳେ ଏହାର ଢେର ପୂର୍ବରୁ ପ୍ରଶ୍ନପତ୍ର ସୋଶାଲ ମିଡିଆରେ ଘୁରି ବୁଲୁଥିଲା ବୋଲି ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *