ସୀମା ଟପୁଛି ବର୍ବରତା, ଏଠି ଦୋଷୀ ନୁହଁ ବରଂ ନିର୍ଦୋଷ ଦଣ୍ଡ ପାଉଛି

ଖୋର୍ଦ୍ଧା : ସୀମା ଟପୁଛି ବର୍ବରତା । ପାଞ୍ଚ ବର୍ଷ ପାଇଁ ଗାଁରୁ ବାସନ୍ଧ ହେଲେ ଦୁଷ୍କର୍ମ ପିଡୀତାଙ୍କ ପରିବାର । ଏହି ଘଟଣା କେଉଁ ଉପାନ୍ତ ଅଞ୍ଚଳର ନୁହେଁ । ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ଅଧିନସ୍ଥ କୁମାରଙ୍ଗ ପଞ୍ଚାୟତ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

ସୂଚନା ଅନୁସାରେ, ସମ୍ପୃକ୍ତ ଅଞ୍ଚଳରେ ୫ ବର୍ଷର ଶିଶୁ କନ୍ୟା ଦୁଷ୍କର୍ମର ଶିକାର ହୋଇଥିଲା ।  ଖବର ଜଣାପଡିବା ପରେ ଗାଁରେ ସଭା କରାଯାଇ ୧୫ ହଜାର ଟଙ୍କା ନେଇ ପିଡୀତାଙ୍କ ପରିବାର ଚୁପ୍ ରହିବା ପାଇଁ ଗାଁର କିଛି ଲୋକ ଚାପ ପକାଉଥିବା ଅଭିଯୋଗ ହୋଇଥିଲା । କିନ୍ତୁ ପିଡୀତାଙ୍କ ମା’ ଆଇନର ଆଶ୍ରୟ ନେଇଥିଲେ । ବାଣପୁର ଥାନାରେ ଜଣାଇବା ପରେ ମାମଲା ରୁଜୁ ହେଲା ଓ ଅଭିଯୁକ୍ତ ଗିରଫ ହେଲା ।

ପିଡୀତାଙ୍କ ପରିବାର ସଦସ୍ୟଙ୍କୁ ଧମକ ଦେଉଥିବା ଲୋକଙ୍କୁ ପୋଲିସ ଗିରଫ କରିବା ପରିବର୍ତ୍ତେ ଥାନାରୁ ଛାଡି ଦେଇଥିଲା । କାହିଁକି ପିଡୀତାଙ୍କ ପରିବାର ଥାନାରେ ଜଣାଇଲେ ? ଏହାକୁ ନେଇ ଗାଁର କିଛି ଲୋକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଥିଲେ । ପିଡୀତାଙ୍କ ପରିବାରକୁ ଗାଁରୁ ବାସନ୍ଦ କରାଯାଇ, ଗାଁ ପୋଖରୀ-ମନ୍ଦିର-ଦୋକାନ ବଜାର ବନ୍ଦ କରାଯାଇଛି ।  ଏହାକୁ ନେଇ ପିଡୀତାଙ୍କ ପରିବାର ଏବେ ମାନବାଧିକାର କମିଶନଙ୍କ ଦ୍ଵାରସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *