ନେତା ସାଜିଛନ୍ତି ବାଲି ମାଫିଆ, ତହସିଲଦାର ସାଜିଛନ୍ତି କି ସୁରକ୍ଷା କବଜ ?

ଜଳେଶ୍ୱର : ( ସଂଜୟ ଦାସ ) ସାରାଦେଶ ଓ ରାଜ୍ୟ “କରୋନା” ସଙ୍କଟ ଭିତରେ ଆଉଟ ପାଉଟ ହେଉଥିବା ବେଳେ ଗାଁରୁ ସହର ସମସ୍ତଙ୍କ କ୍ଷେତ୍ରରେ ଜାରି ରହିଛି କଟକଣା , କିନ୍ତୁ ସରକାରୀ କଟକଣାର ଧଜା ଉଡାଉଛନ୍ତି କିଛି ସରକାରୀ ଦଳର ଖୋଦ ନେତା ଓ କର୍ମୀ । “କରୋନା”ର ବିପତ୍ତି କଟକଣା ଭିତରେ ଶାସକ ଦଳର ନେତା ଓ କର୍ମୀ ମିଳିମିଶି ସୁବର୍ଣ୍ଣରେଖା ନଦୀରୁ ବେଆଇନ ଲୁଟୁଛନ୍ତି ହଜାର ହଜାର ଟନ୍ ର ବାଲି । ଏହି ବାଲି ଲୁଟେରା ନେତା ଓ କର୍ମୀଙ୍କ ସୁରକ୍ଷା ସାଜିଛନ୍ତି ବୋଧେ ଜଳେଶ୍ୱର ତହସିଲଦାର ?
ବାଲେଶ୍ବର ଜିଲ୍ଲା, ଜଳେଶ୍ୱର ତହସିଲ ,ଓଲମରା ପଂଚାୟତ ଗୋପାଳପୁର ପ୍ରମାଣିକ ସାହି ସନ୍ନିକଟ ସୁବର୍ଣ୍ଣରେଖା ନଦୀ ଭିତରୁ ରାତି ଦିନ ସରକାରୀ ଦଳର କିଛି ନେତା ଓ କର୍ମୀ ମିଶି ମୋଟା ଅଙ୍କରେ ପଡୋଶୀ ପଶ୍ଚିମବଙ୍ଗ ର ଖଡିକା,ବାଲିଗଡ଼ିଆ, କେଶରେଖା ,ଡୁମସାହି ,ନୟେଗ୍ରାମ ପ୍ରମୁଖ ଗାଁକୁ ବୋହି ଚାଲିଛନ୍ତି ବାଲି । ସରକାରୀଦଳର ନେତା କହୁଥିବା ବାଲି ଲୁଟେରା କୁନା, ଝୁନା,ବୁଲା, ପିନା, ହୁଁରା ପ୍ରମୁଖ ସରକାରଙ୍କ ଲକ୍ ଡାଉନର କଟକଣାକୁ ବି ଖାତିର ନକରି ଲୁଟି ଚାଲିଛନ୍ତି ବାଲି । ତେବେ ଏହି ବାଲି ଲୁଟେରାଙ୍କୁ ଜଳେଶ୍ୱର ତହସିଲଦାର କୁଆଡେ ସୁରକ୍ଷା ଯୋଗାଉଛନ୍ତି ବୋଲି ସେ ଅଂଚଳରେ ଚର୍ଚ୍ଚା । ଉକ୍ତ ଖବରର ସତ୍ୟା ସତ୍ୟ ଜାଣିବା ପାଇଁ ଆମ ପ୍ରତିନିଧି ଗ୍ରାଉଣ୍ଡ ଜିରୋ ରେ ପହଂଚି ଘଟଣା ପରଖିଥିଲେ । ତାହାରି ଭିତରେ ବାଲେଶ୍ବର ଉପ ଜିଲ୍ଲାପାଳ ନିଲୁ କୁମାର ମହାପାତ୍ର ଏବଂ ଜଳେଶ୍ୱର ତହସିଲଦାର କ୍ଷୀରୋଦ କୁମାର ପଣ୍ଡାଙ୍କୁ ବେଆଇନ ବାଲି ଉତ୍ତୋଳନ ସମ୍ପର୍କରେ ଜଣାଇଥିଲେ ମଧ୍ୟ ବାଳିମାଫିଆଙ୍କ ଉପରେ ଏଯାବତ କାର୍ଯ୍ୟାନୁଷ୍ଠାନ ଶୂନ୍ । ତେବେ ଆମ ପ୍ରଶ୍ନ ଯେ ଏ ବାଲି ଉତ୍ତୋଲନ କ୍ଷେତ୍ରରେ ଜାଣିଶୁଣି ନିରବ କାହିଁକି ? ନା ଆଉ କିଛି ଭିତିରି ନବା ଦବା ସମ୍ପର୍କ ରହିଛି ଯାହାର ଭରପୁର ଫାଇଦା ଉଠାଉଛନ୍ତି ନିଜକୁ ନେତା କହୁଥିବା ବାଲିମାଫିଆ । ଆଶ୍ଚର୍ଯ୍ୟର କଥା ଯେ ତହସିଲଦାର ମହୋଦୟ ବାଲି ମାଫିଆଙ୍କୁ ସୁରକ୍ଷା ଦେବାରେ ଏତେ ବ୍ୟସ୍ତ ଯେ ଘଟଣାର ପ୍ରତିକ୍ରିୟା ଦେବାର ତ ଦୂରର କଥା ଆମ ଫୋନ କଲ ଉଠାଉନାହାନ୍ତି ,ତେବେ କେତେ ମାତ୍ରାରେ କାମ କରୁଛି ସୁରକ୍ଷା କବଜ ।

Leave a Reply

Your email address will not be published. Required fields are marked *