ରାଶିଫଳ

ବୃଷ : ଧାର୍ମିକ ପ୍ରକୃତିର ହେବେ । ସାହସୀ ଓ ଜ୍ଞାନ-ଗରିମାଯୁକ୍ତ ହେବେ । କର୍ମଚଞ୍ଚଳ ରହିବେ । ଗୁପ୍ତ ବିଦ୍ୟାରେ ରୁଚି ରହିବ । ଅତିଥି ସେବାରେ ଧନ ବ୍ୟୟ କରିପାରନ୍ତି । ଏକାନ୍ତପ୍ରିୟ ଓ ମଧୁରଭାଷାୀ ହୋଇପାରନ୍ତି ।

ମିଥୁନ : ସୁସ୍ଥ ଓ ନିରାମୟ ରହିବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ତନ୍ତ୍ର, ମନ୍ତ୍ର ଓ ଜ୍ୟୋତିଷ ବିଦ୍ୟା ପ୍ରତି ରୁଚି ରହିବ ।

କର୍କଟ : କୁଳ ପ୍ରଦୀପ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ରହିବେ । ଦୟାଳୁ ସ୍ବଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ବୀ ହେବେ । ସରକାରଙ୍କ କୃପାପାତ୍ର ହେବେ । ପରିବାର ପ୍ରତି ସ୍ନେହ ଭାବ ରହିବ ।

ସିଂହ : ଭାଗ୍ୟଶାଳୀ ହୋଇପାରନ୍ତି । ଭୋଗ ବିଳାସରେ ଦିନଟି ଅତିବାହିତ ହୋଇପାରେ । ସୁଖ ଓ ସମୃଦ୍ଧିସମ୍ପନ୍ନ ହୋଇପାରନ୍ତି । ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।

କନ୍ୟା : ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ସ୍ବାଭିମାନୀ ହେବେ । ଯୁଗ୍ମ ବ୍ୟବସାୟରୁ ସାମାନ୍ୟ ପରିମାଣ ଲାଭ ମିଳିବ । ମିତ୍ରମାନେ କରଛଡ଼ା ଦେଇପାରନ୍ତି ।

ତୁଳା : ବନ୍ଧୁ ମିଳନ ସୁଖଦାୟକ ହେବ । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ଭାବେ ସମ୍ମାନିତ ହୋଇପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ । ପତ୍ନୀଙ୍କ ପରାମର୍ଶରେ ପରିଚାଳିତ ହୋଇପାରନ୍ତି ।

ବିଛା : ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । କୀର୍ତ୍ତିମାନ୍‌ ଓ ଶତ୍ରୁହନ୍ତା ହୋଇପାରନ୍ତି । ଅନାବଶ୍ୟକ ଖର୍ଚ୍ଚର ସମ୍ମୁଖୀନ ହେବେ । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସନ୍ତୁଷ୍ଟ କରିବେ ।

ଧନୁ : କର୍ମଚଞ୍ଚଳ ରହିବେ । କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ । ଆକସ୍ମିକ ଧନଲାଭ ହୋଇପାରେ । ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ । ସୁଖୀ ଜୀବନ ଯାପନ କରିବେ ।

ମକର : ଉଦାର ସ୍ବଭାବର ହେବେ । ଦାନ-ଧର୍ମରେ ଦୀକ୍ଷିତ ହେବେ । ଆଦର୍ଶବାଦୀ ହେବେ। ସୁସ୍ଥ ଓ ନିରାମୟ ରହିବେ । କୃଷି କର୍ମରୁ ଲାଭବାନ୍‌ ହେବେ । ପ୍ରେମୀ ଓ ବୁଦ୍ଧିମାନ୍‌ ହୋଇପାରନ୍ତି ।

କୁମ୍ଭ : ମନ ପ୍ରସନ୍ନ ରହିବ । ଆତ୍ମବିଶ୍ବାସୀ ହୋଇପାରନ୍ତି । ଭାଷା ଓ ବ୍ୟବହାର ମଧୁର ହେବ । ପ୍ରେମୀ ଓ ସାହସୀ ହେବେ । ଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ । ପ୍ରତ୍ୟେକ କ୍ଷେତ୍ରରେ ଓ କାର୍ଯ୍ୟରେ ପାରଙ୍ଗମ ହେବେ ।

ମୀନ : ପରମ ଭାଗ୍ୟଶାଳୀ ହୋଇପାରନ୍ତି । ଆଦର୍ଶ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ । ମଧରୁଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆ ବନ୍ଧୁଙ୍କ ଦ୍ବାରା ଉପକୃତ ହେବେ ।

Leave a Reply

Your email address will not be published. Required fields are marked *