ଆଦିବାସୀ ଲୋକନୃତ୍ୟର ସଂରକ୍ଷଣ ଓ ପ୍ରୋତ୍ସାହନ ପାଇଁ ଉତ୍କଳ ଆଲୁମିନା ପକ୍ଷରୁ “ଆମ ନୃତ୍ୟ ଆମ ସଂସ୍କୃତି-୨୦୨୨” ଆୟୋଜିତ

ଟିକିରି : ଆଦିତ୍ୟ ବିର୍ଲା ଗ୍ରୁପ୍‍ର ସହଯୋଗୀ କମ୍ପାନୀ ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ୍‍ ଲିମିଟେଡର ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ
ଲିମିଟେଡ ଆଦିବାସୀ ଲୋକନୃତ୍ୟ ‘ଢିମ୍‍ସା’ର ସଂରକ୍ଷଣ ଏବଂ ଏହାର ପ୍ରୋତ୍ସାହନ ପାଇଁ ପ୍ରତିବଦ୍ଧ ରହିଛି । କମ୍ପାନୀ ଗତ ୮ ବର୍ଷ ଧରି
ଏହି ଅନନ୍ୟ ଢିମ୍‍ସା ନୃତ୍ୟ ଉତ୍ସବ ଆୟୋଜନ କରିଆସୁଛି ଏବଂ ଏହାର ପାରିପାର୍ଶ୍ବିକ ଅଞ୍ଚଳର ଗ୍ରାମବାସୀଙ୍କ ନିକଟରୁ ବିପୁଳ ସମର୍ଥନ ଓ
ପ୍ରଶଂସା ଲାଭ କରୁଛି । ଚଳିତ ବର୍ଷ ମଧ୍ୟ କମ୍ପାନୀ ନୂଆପଡା ସହରାଞ୍ଚଳ (ହେଲିପ୍ୟାଡ୍‍ ଗ୍ରାଉଣ୍ଡ)ରେ ମାର୍ଚ୍ଚ ୩୦ ଓ ୩୧ ତାରିଖ ଦୁଇଦିନ
ଧରି ‘ଆମ ନୃତ୍ୟ ଆମ ସଂସ୍କୃତି’ ଆୟୋଜନ କରିଥିଲା ।

ପାରିପାର୍ଶ୍ବିକ ଗ୍ରାମଗୁଡିକରୁ ୨୪ଟି ଦଳ ଢିମ୍‍ସା ନୃତ୍ୟ ଉତ୍ସବର ପ୍ରଥମ ଦିନ, ଅର୍ଥାତ୍‍ ମାର୍ଚ୍ଚ ୩୦ ତାରିଖ ପ୍ରତିଯୋଗିତାରେ ଅଂଶଗ୍ରହଣ
କରିଥିବାବେଳେ ଓଡ଼ିଶାର ଓଡ଼ିଶୀ, ଗୋଟିପୁଅ, ପାଇକ, ମାଲଖମ୍ବ, ମେଢ ନାଚ ଏବଂ ଯୋଡି ଶଙ୍ଖ ଭଳି ଅନେକ ଲୋକନୃତ୍ୟ କଳା
ଓଡ଼ିଶାର ବିଶିଷ୍ଟ କଳାକାରଙ୍କ ଦ୍ୱାରା ମାର୍ଚ୍ଚ ୩୧ ତାରିଖ ଦ୍ୱିତୀୟ ଦିନ ପ୍ରଦର୍ଶିତ ହୋଇଥିଲା ।

ଶ୍ରୀ ସୋମନାଥ ପ୍ରଧାନ, ଓଏଏସ୍‍, ଏଡିଏମ୍‍, ରାୟଗଡା ପ୍ରଥମ ଦିନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‍ଘାଟନ
କରିଥିଲେ । ଏହି ଅବସରରେ ଶ୍ରୀ ଗୌର ଚନ୍ଦ୍ର ପଟନାୟକ, ବିଡିଓ କାଶୀପୁର, ଶ୍ରୀ କାନ୍ଥ ମାଝୀ, ବ୍ଳକ ଅଧ୍ୟକ୍ଷ, କାଶୀପୁର ଏବଂ ଶ୍ରୀ
ମଜହର ବେଗ୍‍, ୟୁନିଟ୍‍ ହେଡ୍‍ ଓ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା ଉପସ୍ଥିତ ଥିଲେ ।

ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ଏହା ବ୍ୟବସାୟ ପରିଚାଳନା କରୁଥିବା ସ୍ଥାନରେ ସଂସ୍କୃତି ଓ ପରମ୍ପରାକୁ ସଂରକ୍ଷିତ
ରଖିବା ଏବଂ ତାହାର ପ୍ରୋତ୍ସାହନ ଦିଗରେ ପ୍ରତିବଦ୍ଧତାର ସହିତ କାର୍ଯ୍ୟ କରିଆସୁଛି । ସ୍ଥାନୀୟ ପରମ୍ପରା ଅନୁଯାୟୀ ଜୀବନ ନିର୍ବାହ କରିବା
ଆମ ନୀତିର ମୂଳମନ୍ତ୍ର ହୋଇ ରହିଆସିଛି ଏବଂ ସେହି ସମୟରେ ତାହାର ପରିପୋଷଣ ସହିତ ତାହାକୁ ଆମେ ସମର୍ଥନ ଯୋଗାଇ ଆସୁଛୁ
ବୋଲି ୟୁନିଟ ହେଡ୍‍ ଓ ପ୍ରେସିଡେଣ୍ଟ ଶ୍ରୀ ମଜହର ବେଗ୍‍ ତାଙ୍କର ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ।

ଶ୍ରୀ ଗୌର ଚନ୍ଦ୍ର ପଟନାୟକ, ବିଡିଓ କାଶୀପୁର ଢିମ୍‍ସା ନୃତ୍ୟ ଉତ୍ସବକୁ ପ୍ରଶଂସା କରିବା ସହିତ ଏହାର ପ୍ରଚାର ପ୍ରସାର ଦିଗରେ ଉତ୍କଳ
ଆଲୁମିନାର ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ ।

ଦ୍ୱିତୀୟ ଦିବସରେ ଶ୍ରୀ ଜଗଦାନନ୍ଦ, ପୂର୍ବତନ ରାଜ୍ୟ ସୂଚନା ଆୟୁକ୍ତ, ଓଡ଼ିଶା ସରକାର ତଥା ପ୍ରତିଷ୍ଠାତା ସଦସ୍ୟ ସଚିବ ସିୱାଇଏସ୍‍ଡି,
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବାବେଳେ ଶ୍ରୀ ବିବେକାନନ୍ଦ ଶର୍ମା, ଆଇପିଏସ୍‍ ପୋଲିସ ଅଧୀକ୍ଷକ, ରାୟଗଡା ଏବଂ
ରାୟଗଡାର ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଉତ୍ସବରେ ସମ୍ମାନନୀୟ ଅତିଥି ଭାବରେ ଉପସ୍ଥିତ ଥିଲେ ।

ଉପସ୍ଥିତ ଦର୍ଶକଙ୍କୁ ଉଦବୋଧନ ଦେଇ ଶ୍ରୀ ଜଗଦାନନ୍ଦ ଏହି ମହାମାରୀ ପରବର୍ତ୍ତୀ ସମୟରେ ନୂଆ ଆଶା ଉଦ୍ଦୀପନା ଆଣିଦେବା କ୍ଷେତ୍ରରେ
ଉତ୍କଳ ଆଲୁମିନାର ଉଦ୍ୟମକୁ ପ୍ରଶଂସା କରିଥିଲେ । ସେ ଗୁରୁତ୍ୱ ଦେଇ କହିଥିଲେ ଯେ, କାଶୀପୁରରୁ ଏଭଳି ସଫଳ ପ୍ରୟାସ ସ୍ଥାନୀୟ ଲୋକ
କଳା ଓ ପରମ୍ପରାକୁ ପ୍ରୋତ୍ସାହିତ କରିବା ଏବଂ ସଂରକ୍ଷିତ ରଖିବା ଦିଗରେ ଚତୁର୍ଦିଗକୁ ପରିବ୍ୟାପ୍ତ ହେବ । ସେ ଆଶା ପ୍ରକାଶ କରିଥିଲେ ଯେ
ୟୁଏଆଇଏଲ୍‍ର ଏହି ଉଦ୍ୟମ ଲୁକ୍‍କାୟିତ ପ୍ରତିଭାଙ୍କୁ ଖୋଜିବାରେ ସହାୟକ ହେବ, ଯେଉଁମାନେ ସେମାନଙ୍କ ନୃତ୍ୟକୁ ଜାତୀୟ ଓ
ଆନ୍ତର୍ଜାତିକ ସ୍ତରରେ ପ୍ରଦର୍ଶନ କରିବେ ।

ଶ୍ରୀ ବିବେକାନନ୍ଦ ଶର୍ମା, ସମ୍ମାନନୀୟ ପୋଲିସ ଅଧୀକ୍ଷକ, ରାୟଗଡା ସ୍ଥାନୀୟ କଳାକାରଙ୍କୁ ଉତ୍ସାହିତ କରିବା ଦିଗରେ ଉତ୍କଳ ଆଲୁମିନାର
ପ୍ରୟାସକୁ ପ୍ରଶଂସା କରିଥିଲେ ।

ରାୟଗଡାର ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଉଲ୍ଲେଖ କରିଥିଲେ ଯେ, ଉତ୍କଳ ଆଲୁମିନାର ଏହି ଉଦ୍ୟମ କଳା ଓ ସଂସ୍କୃତିର ବିଶ୍ୱ
ମାନଚିତ୍ରରେ ଏକ ପୃଥକ ସ୍ଥାନ ସୃଷ୍ଟି କରିବ ଏବଂ ଭବିଷ୍ୟତରେ ଏଭଳି ଉଦ୍ୟମକୁ ତ୍ୱରାନ୍ୱିତ କରି ଏହାକୁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରକୁ
ନେବା ଦିଗରେ ନିଜର ସମ୍ମତି ଜଣାଇଥିଲେ ।

ଉତ୍ସବ ଅବସରରେ କମ୍ପାନୀ ପକ୍ଷରୁ ସମସ୍ତ ବିଶିଷ୍ଟ ବ୍ୟକ୍ତି ଓ ନିମନ୍ତ୍ରିତ ଅତିଥିଙ୍କୁ ପ୍ରଶସ୍ତି ପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ପାରିପାର୍ଶ୍ବିକ ଗ୍ରାମଗୁଡିକରୁ ଆସିଥିବା ୨୪ଟି ଆଦିବାସ ନୃତ୍ୟଦଳ ମଧ୍ୟରୁ ମାଇଲିଗୁଡା ଆଦିବାସୀ ନୃତ୍ୟ
ଗୋଷ୍ଠୀ ଏହି ଆଦିବାସୀ ଢିମ୍‍ସା ନୃତ୍ୟ ପ୍ରତିଯୋଗିତାରେ ବିଜେତା ହୋଇଥିବାବେଳେ ବାଗ୍ରିଝୋଲା ପ୍ରଥମ ରନର୍‍ ଅପ୍‍ ଏବଂ ବଡମାରିଭଟ୍ଟା
ଦ୍ୱିତୀୟ ରନର୍‍ ଅପ୍‍ ହୋଇଥିଲା ।

ଡ.ଲୋପାମୁଦ୍ରା ପ୍ରିୟଦର୍ଶିନୀ, ହେଡ୍‍ ସିଏସ୍‍ଆର, ସିଆର୍‍ ଆଣ୍ଡ ସଷ୍ଟେନେବିଲିଟି ତାଙ୍କ ଦଳ ସହିତ ଏହି କାର୍ଯ୍ୟକ୍ରମର ସଂଯୋଜନା
କରିଥିଲେ ।

ଶ୍ରୀ ରାକେଶ ପ୍ରତାପ ସିଂହ, ୟୁନିଟ୍‍ ଏଚଆର ହେଡ୍‍ ଶ୍ରୀ ସୁଧାକର ବିଶ୍ୱାଳ, ଚିଫ୍‍ ଫାଇନାନ୍ସ ଅଫିସର ଶ୍ରୀ ଜୟ ତିୱାରୀ, ହେଡ୍‍ ସେଫ୍‍ଟି
ଶ୍ରୀ ମୁକେଶ ଝା, ହେଡ୍‍ ମାଇନ୍ସ ଓ ଡ.ଅରିନ୍ଦମ ରୟ ଚୌଧୁରୀ, ସିଏମ୍‍ଓ ଉତ୍କଳ ଆଲୁମିନା ବିଶିଷ୍ଟ ଅତିଥିଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।
ଏହି ବିଶାଳ ସାଂସ୍କୃତିକ କାର୍ଯ୍ୟକ୍ରମକୁ ୫ ହଜାରରୁ ଅଧିକ ଲୋକ ଉପଭୋଗ କରିଥିଲେ ।

ଏକ ଦାୟିତ୍ୱ ସଂପନ୍ନ କର୍ପୋରେଟ ସଂସ୍ଥା ଭାବରେ ୟୁଏଆଇଏଲ୍‍ ଏହାର ପାରିପାର୍ଶ୍ବିକ ଗ୍ରାମଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ଦୀର୍ଘସ୍ଥାୟୀ
ଜୀବିକା ଉପାର୍ଜନ ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ନିର୍ମାଣ ଆଦି କ୍ଷେତ୍ରରେ ନିଜର ସିଏସ୍‍ଆର କାର୍ଯ୍ୟକଳାପକୁ କାର୍ଯ୍ୟକାରୀ କରିବାରେ ଗଭୀର
ଭାବରେ ନିୟୋଜିତ ରହିଛି ଏବଂ ସାମାଜିକ ପ୍ରସଙ୍ଗଗୁଡିକର ସମାଧାନ ଦିଗରେ ଦୃଷ୍ଟି ଦେଉଛି । ମୋଟାମୋଟି ଭାବରେ ୟୁଏଆଇଏଲ୍‍
ଓଡ଼ିଶାରେ ୮୪ଟି ଗ୍ରାମରେ ୩୦ ହଜାରରୁ ଅଧିକ ଜନସଂଖ୍ୟାକୁ ସେବା ଯୋଗାଇବାରେ ନିୟୋଜିତ ରହିଛି ।

Leave a Reply

Your email address will not be published. Required fields are marked *