ସୋର ପୁରୁଣା ମାଛହାଟ ସାଜିଛି ମଦ ମାଫିଆଙ୍କ ଆଡା , ନାଇରେ ଜଡାତେଲ ଦେଇ ଶୋଇଛି ପୋଲିସ ଓ ଅବକାରୀ

ସୋର : ରାତିପାହିଲେ ଦେଶି ବିଦେଶି ମଦର ହାଟ ସୋର ମାଛ ହାଟ ା ସୋର ଅବକାରୀକି ପୋଲିସ ସେ କଥା ଯାଣିନି ବୋଲି କହିବା ଭୂଲ ହେବ ା କେବଳ ମାସିକାନେଇ ନିରବ ଉଭୟ ବିଭାଗ , ଏକଥା ଆମେ କହୁନୁ ସ୍ଥାନୀୟ କିଛି ଭଦ୍ରବ୍ୟକ୍ତି ଏଭଳି ଅଭିଯୋଗ ଆଣିଛନ୍ତି ା ତେବେ ସକାଳୁଠୁ ସଞ୍ଜ ସେଠି ଆଜିବି ମାଛହାଟର ଭ୍ରମ ଶ୍ରୁଷ୍ଟି ହୁଏ , ମାଛ ପାଇଁ ନୁହଁ ମଦ ପାଇଁ ା ଅଭିଯୋଗ ହୁଏ ଏଠି କୁଆଡେ ବିଭିନ୍ନ ବ୍ରାଣ୍ଡର ବେଆଇନ ମଦ ମିଳେ ଦେଶି କଥାତ ଛାଡନ୍ତୁ ଖାଲି ସ୍ପିରିଟ୍ ପାଣି ା ମଦ ବେପାରି ଜେ ଏଠି ଗୁମୁଟି ପକାନ୍ତି କି ଘର ଭଡା ନେଇ ମଦ ବିକନ୍ତି ସେକଥା ନୁହଁ ସିଧା ନିଜେ ରହୁଥିବା ଘରେ ହିଁ ମଦ ବିକ୍ରି ହୁଏ ା ତା ସାଙ୍ଗକୁ ଚାଖଣାବି ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ପୁଲିସ ଓ ଅବକାରୀର ନିରବତା ା ଏଇ ମଦର ପସରା ମେଲାଉଥିବା ବେପାରି ମାନେ କୁଆଡେ ମାସିକା ଚାନ୍ଦା ଦେଇ ଆସୁଛନ୍ତି ବଡ ବଡିଆଙ୍କ ପାଖରେ ଆଉ ରହିଲେ ଛୋଟ ମୋଟିଆ ଇଏ ନିଜେ ଯାଇ ମାଗିଯାଚି ଆଣନ୍ତି ା ତେବେ ବେଆଇନ ମଦ ବେପାରିଙ୍କ ପାଖରୁ ଟଙ୍କା ନେଇ ଆଇନରେ ପରିଣତ କରୁଥିବା ସରକାରୀ କର୍ମଚାରିଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେଉଛି ଏବଂ ବେଆଇନ ମଦବେପାରିଙ୍କୁ କେବେ ଗିରଫ କରାଯାଉଛି ତାହା ଦେଖିବାକୁ ବାକି ରହିଲା ା

Leave a Reply

Your email address will not be published. Required fields are marked *