ଶିମିଳିପାଳ ଅଭୟାରଣ୍ୟରେ ଲାଗିଛି ନିଆଁ, ଲିଭାଇବା ପାଇଁ ବନବିଭାଗର ଉଦ୍ୟମ ଜାରି

କରଞ୍ଜିଆ : ଶିମିଳିପାଳରେ ଲାଗିଛି ନିଆଁ । ଏହି ଅଭୟାରଣ୍ୟରେ ନିଆଁକୁ ଯେତେ ଆୟତ୍ତ କଲେ ମଧ୍ୟ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ନିଆଁ ଲାଗୁଛି । ନିଆଁ ଲିଭା କାର୍ଯ୍ୟରେ ବନବିଭାଗ ସହ ଓଡ୍ରାଫ୍‌ ଟିମ୍‌ ବ୍ୟାପକ ଚେଷ୍ଟା କରୁଛି ।

ଖବର ଅନୁଯାୟୀ, ବୁଧବାର ଅପରାହ୍ନରେ ଶିମିଳିପାଳ ଅଭୟାରଣ୍ୟର ୧୪ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ, ଗୁରୁବାର ଦିନ ଜେନାବିଲ ଏବଂ ଚହଲା ରେଞ୍ଜର ୨ଟି ସ୍ଥାନରେ ନିଆଁ ଲାଗିଛି । ଗତ ବର୍ଷ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ଜାଗାରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଯାହାକୁ ଆୟତ୍ତ କରିବା ଲାଗି  ଓଡ୍ରାଫ୍‌ ଟିମ୍‌ ସହ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିଲେ ।

ସେହିପରି ଚଳିତ ବର୍ଷ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ବିଭିନ୍ନ ସମୟରେ ୬୦୦ଟି ସଚେତନତା ରାଲି ଏବଂ ୬୦ଟି ମକ୍‌ଡ୍ରିଲ୍‌ କରିଥିଲା ବିଭାଗ । ସେପଟେ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲିଭା କାର୍ଯ୍ୟରେ ୭୦୦ ବନ କର୍ମଚାରୀ ନିୟୋଜିତ ଥିବା ବେଳେ ୫୦୦ଟି ନିଆଁଲିଭା ମେସିନ୍‌ ନିୟୋଜିତ କରାଯାଇଛି ।

Leave a Reply

Your email address will not be published. Required fields are marked *