ଆଜିର ରାଶିଫଳ

ମେଷ : ଚାକିରିଆଙ୍କୁ ନୂଆ ପ୍ରକଳ୍ପର ଦାୟିତ୍ୱ ମିଳିପାରେ । କୌଣସି କାମରେ ଅତ୍ୟଧିକ ଆତ୍ମବିଶ୍ୱାସ ହାନିକାରକ, ଭାବିଚିନ୍ତି ଖର୍ଚ୍ଚ କରନ୍ତୁ । ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ ।
ବୃଷ : ଉନ୍ନତି ପାଇଁ ଆପଣଙ୍କୁ ନୂଆ ସାଧନ ମିଳିବ । ଆପଣଙ୍କର ଆତ୍ମବିଶ୍ୱାସ ବଢିବ । ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ । ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ ।
ମିଥୁନ : ଆପଣଙ୍କର ସ୍କୁଲ ଜୀବନର ସାଙ୍ଗ ଫୋନ କରିବେ । ସଂପତ୍ତି ବୃଦ୍ଧିର ଯୋଜନା ସଫଳ ହେବ । ସ୍ଥଗିତ କାମ ସମ୍ପୂର୍ଣ୍ଣ ହେବ । ପାରିବାରିକ ଜୀବନ ସୁଖମୟ ହେବ ।
କର୍କଟ : ବ୍ୟବସାୟରେ ବକେୟା ପଇସା ମିଳିପାରେ । ବିଶେଷ କାମରେ ଅନ୍ୟମାନଙ୍କ ସହଯୋଗ ପାଇବେ । ପରିବାର ଲୋକ ଆପଣଙ୍କ ପ୍ରତିଟି ନିଷ୍ପତ୍ତିକୁ ସମର୍ଥନ କରିବେ ।
ସିଂହ : ଆପଣଙ୍କ ବ୍ୟବହାରରେ ଆଖପାଖର ଲୋକେ ଖୁସି ରହିବେ । ନିଜସ୍ୱ କାମ ସଂପୂର୍ଣ୍ଣ ହେବାର ସମ୍ଭାବନା ଅଛି । ଅଫିସ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇଯିବ ।
କନ୍ୟା : ସାହାର୍ଯ୍ୟକାରୀ ବ୍ୟକ୍ତି ଆପଣଙ୍କର ଭଲ ବନ୍ଧୁ ହୋଇପାରନ୍ତି । ବେପାରରେ ଆଶା ଠୁଁ ଅଧିକ ଲାଭ ପାଇବେ । ସନ୍ତାନ ପକ୍ଷରୁ ଶୁଭ ଖବର ପାଇବେ ।
ତୁଳା : ଆପଣଙ୍କର ସବୁ ସମସ୍ୟା ଦୂର ହେବ । କମ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ । ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି ।
ବିଛା : ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବାର ସମ୍ଭାବନା ରହିଛି । ଆଇନ ଛାତ୍ରଙ୍କ ଲାଗି ଦିନଟି ବହୁତ ଭଲ ।
ଧନୁ : ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିପାରନ୍ତି । ଅଫିସରେ ଆପଣଙ୍କୁ ନୂଆ କାମ ମିଳିପାରେ । ଘରୋଇ କାମ ପାଇଁ ଆପଣଙ୍କୁ ଅଧିକ ଯାଆସ କରିବାକୁ ପଡିପାରେ ।
ମକର : କିଛି ଭଲ ଲୋକଙ୍କ ସହ ସାକ୍ଷାତ ହେବ । ଉନ୍ନତି ପାଇଁ ନୂଆ ରାସ୍ତା ଖୋଲିବ । ଜୀବନସାଥୀଙ୍କ ସହିତ ଭଲ ସମୟ କାଟିବେ । ଛାତ୍ରୀଙ୍କ ଲାଗି ଦିନଟି ଭଲ ।
କୁମ୍ଭ : ବ୍ୟବସାୟ କ୍ଷେତ୍ରରେ ନୂଆ ଲୋକଙ୍କ ସାହାର୍ଯ୍ୟ ପାଇବେ । ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ । ନୂଆ କାମ ଆରମ୍ଭ ଲାଗି ମାନସିକ ପ୍ରସ୍ତୁତି କରିବେ ।
ମୀନ : କିଛି କାମରେ ଅଧିକ ସମୟ ଲାଗିପାରେ । ପରିଶ୍ରମର ଫଳ ସନ୍ତୋଷଜନକ ହେବ । ଅନ୍ୟମାନଙ୍କ ସମ୍ମୁଖରେ ଆପଣଙ୍କ କଥା ରଖିବାକୁ ଚେଷ୍ଟା କରିବେ ।

Leave a Reply

Your email address will not be published. Required fields are marked *